ଛତିଶଗଡ଼: ଭାରତୀୟ ପରମ୍ପରାରେ ଯଦି ଜଣେ ପୁରୁଷ ଲୋକ ଅନ୍ୟ କୌଣସି ମହିଳା ବା ଯୁବତୀଙ୍କ ସହିିତ କିଛି ଖରାପ ସଂପର୍କ ରଖୁଥାଏ ତାହା ହେଲେ ପାରିବାରିକ ବା ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେବା ସ୍ୱାଭାବିକ । କେହି କେହି ସ୍ୱାମୀକୁ ନିଜ ପାଖକୁ ଫେରାଇ ଆଣିବାକୁ ଗୁଣିଆର ସହାଯ୍ୟ ନିଅନ୍ତି ତ କେହି କେହି ସ୍ୱାମୀଙ୍କ ସଂପର୍କରେ ଥିବା ମହିଳା ବା ଯୁବତୀଙ୍କ ନାମରେ ଥାନାରେ ଏତଲା ଦେଇଥାନ୍ତି । ଅନ୍ୟ କେହି କେହି ସଂପୃକ୍ତ ମହିଳାଙ୍କୂୁ ଲୋକ ଲଗେଇ ମାରି ଦିଅନ୍ତି ତ କେହି କେହି ନିଜ ସ୍ୱାମୀଙ୍କୁ ନିଜର କରିବାକୁ ଆପ୍ରଣ ଉଦ୍ୟମ କରିଥା’ନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ଆମେ ଏବେ ଯେଉଁ ମହିଳାଙ୍କ କଥା କହିବାକୁ ଯାଉଛୁ ଆପଣ ପଢିବା ପରେ ଭାବି ବେ ଯେ ଭାରତୀୟ ମହିଳା ମାନଙ୍କ ଦ୍ୱାରା ଏମିତି କଣ ସମ୍ଭବ! ଛତିଶଗଡ଼ର ଜଣେ ମହିଳା ହୋମଗାର୍ଡ ଛଳନା କରି ଜଣେ ପଡୋଶୀ ଯୁବତୀଙ୍କୁ ଶୋଇବାକୁ ନିଜ ଘରକୁ ଡକାଇ ସ୍ବାମୀଙ୍କୁ ଯୋଗାଉଥିଲେ। । ମହିଳା ଜଣକ ଜଣେ ଯୁବତୀଙ୍କୁ ଘରକୁ ଡାକିବା ବେଳେ ଘରେ ଥିଲେ ସ୍ୱାମୀ । ଆଉ ରାତିରେ ପଡୋଶୀ ଯୁବତୀଙ୍କୁ ମହିଳାଙ୍କ ସ୍ୱାମୀ ଜୋରଜବଦସ୍ତ ଦୁଷ୍କର୍ମ କଲେ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଛତିଶଗଡ ରାଜ୍ୟ ଅମ୍ବିକାପୁର ଜିଲ୍ଲାରେ । ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମହିଳା ହୋମଗାର୍ଡଙ୍କ ସହ ତାଙ୍କ ସ୍ୱାମୀକୁ ଗିରଫ କରି ଥାନାକୁ ପଠାଇଛି । ଏହା ସହ ମହିଳା ହୋମଗାର୍ଡଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।
ଘଟଣା ଘଟିଥିଲା ୨୦ ଅକ୍ଟୋବର ରାତିରେ । ମହିଳା ହୋମଗାର୍ଡ ଜଣକ ଘରେ କେହି ନାହାନ୍ତି, ମୋତେ ଏକୁଟିଆ ଡର ଲାଗୁଛି ବୋଲି କହି ପଡୋଶୀ ଭାବେ ରହୁଥିବା ଜଣେ ଯୁବତୀଙ୍କୁ ରାତିରେ ଶୋଇବାକୁ ଡାକିଥିଲା । ହେଲେ ଯୁବତୀ ଜଣକ ଯେତେବେଳେ ମହିଳାଙ୍କ ଘରେ ପହଂଚିଲେ ସେତେବେଳେ ମହିଳାଙ୍କ ଘରେ ବିଜୁଳି କଟିଯାଇଥିଲା । ଏନେଇ ଯୁବତୀ ଜଣକ ବିଜୁଳି ବାବଦରେ ମହିଳାଙ୍କୁ ପଚାରିବାରୁ ବିଜୁଳି ଲାଇନ୍ ଖରାପ ଥିବା କଥା କହିଥିଲେ ହୋମଗାର୍ଡ ଜଣକ । ଏହି କଥାବାର୍ତ୍ତା ସମୟରେ ହଠାତ ଘର ଭିତରେ ଲୁଚି ଥିବା ହୋମଗାର୍ଡ ମହିଳାଙ୍କ ସ୍ୱାମୀ ଯୁବତୀ ଜଣଙ୍କୁ ଟାଣି ନେଇଥିଲେ ବିଛଣା ଉପରକୁ । ତା’ପରେ ନିଜ ସ୍ତ୍ରୀର ଆଖି ସାମ୍ନାରେ ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ଅମାନୁସିକ ଭାବେ ଦୂୁଷ୍କର୍ମ କରିଥିଲେ ।
ଏହା ପରେ ଯୁବତୀ ଜଣଙ୍କ କୌଣସି ଉପାୟରେ ସେଠାରୁ ଖସିଆସି ମଣିପୁର ଥାନାରେ ପହଂଚିଥିଲେ । ଏନେଇ ଅଭିଯୋଗ ପାଇବା ପରେ ପୁଲିସ ମହିଳା ହୋମଗାର୍ଡ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ୩୭୬, ୩୪୨, ୩୫୪,ଓ ୫୦୬ ଦଫା ଲଗାଇ ଗିରଫ୍ କରିବା ସହିତ ଜେଲ ପଠାଇ