ଶାହାଜନପୁର: ପୂର୍ବତନ କେନ୍ଦ୍ ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଆଇନ୍‌ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। କଲେଜରେ ତାଙ୍କର କମ୍‌ ଉପସ୍ଥାନ ହେତୁ ତାଙ୍କୁ ଏଲ୍‌ଏଲ୍‌ଏମ୍‌ର ତୃତୀୟ ସେମିଷ୍ଟାର୍‌ ଦେବାକୁ ବାରଣ କରାଯାଇଛି।

Advertisment

୨୩ ବର୍ଷୀୟା ଛାତ୍ରୀ ଜଣକ ସୋମବାର କଡ଼ା ସୁରକ୍ଷା ବଳୟର ସହ ତାଙ୍କର ବ୍ୟାକ୍‌ ପେପର୍‌ ପରୀକ୍ଷା ଦେବା ପାଇଁ ବରେଲିରେ ସେ ପଢୁଥିବା ବିଶ୍ବବିଦ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ପରୀକ୍ଷା ଦେବାକୁ ଅନୁମତି ମିଳିନାହିଁ।

publive-image (Photo | Facebook)

ଆବଶ୍ୟକୀୟ ସର୍ବନିମ୍ନ ୭୫ ପ୍ରତିଶତ ଆଟେଣ୍ଡାନ୍ସ ତାଙ୍କର ନଥିବା କାରଣରୁ ତାଙ୍କୁ ଫେରାଇ ଦିଆଯାଇଛି। ଏହିି ଆଇନ୍‌ ଛାତ୍ରୀ ଜଣକ ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଧମକ ଦେଇ ଟଙ୍କା ମାଗୁଥିବା ଅଭିଯୋଗରେ ତାଙ୍କୁ ବର୍ତ୍ତମାନ ଶାହାଜନପୁର ଜେଲ୍‌ରେ ରଖାଯାଇଛି। ସେ ପରୀକ୍ଷା ଦେବେ ବୋଲି ତାଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ବରେଲି ବିଶ୍ବବିଦ୍ୟାଳୟକୁ ନିଆଯାଇଥିଲା ବୋଲି ଜେଲ୍‌ର୍‌ ରାଜେଶ କୁମାର ରାୟ କହିଛନ୍ତି।

ବିଶ୍ବ ବିଦ୍ୟାଳୟର ଆଇନ୍‌ ବିଭାଗର ମୁଖ୍ୟ କହିଛନ୍ତି ଯେ ତାଙ୍କର ଆଟେଣ୍ଡାନ୍ସ କମ୍‌ ଥିବା ହେତୁ ତାଙ୍କୁ ଆଡ୍‌ମିଟ୍‌ କାର୍ଡ ମିିଳିନଥିଲା। ସେ ବିନା ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା ଦେବାକୁ ଆସିଥିବା ହେତୁ ତାଙ୍କୁ ଫେରାଇ ଦିଆଯାଇଛି।