ନୂଆଦିଲ୍ଲୀ: ଦିନକୁ ଦିନ ରୋଚକ ହେବାରେ ଲାଗିଛି ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ର ୧୩,୦୦୦ କୋଟି ଟଙ୍କା ଦୁର୍ନୀତିର ମାଷ୍ଟର୍ମାଇଣ୍ଡ୍ ମେହୁଲ ଚୋକ୍ସିଙ୍କ ଗିରଫ କାହାଣୀ | ପୂର୍ବରୁ ଗର୍ଲଫ୍ରେଣ୍ଡ୍ଙ୍କ ସହ ଡୋମିନିକା ଭ୍ରମଣ କରିବାକୁ ଯାଇ ଚୋକ୍ସି ଧରାପଡ଼ିଛନ୍ତି ବୋଲି ସୂଚନା ମିଳିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି | ଗର୍ଲଫ୍ରେଣ୍ଡ୍ ବୋଲି କୁହାଯାଉଥିବା ମହିଳାଜଣକ ଚୋକ୍ସିଙ୍କୁ ଅପହରଣ କରିଥିବା ଟିମର ଜଣେ ସଦସ୍ୟ ଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି |
ସୂତ୍ରରୁ ପ୍ରକାଶ ଯେ, ମହିଳା ଆଣ୍ଟିଗୁଆରେ ରହୁଥିଲେ। ସେ ସକାଳ ଏବଂ ସନ୍ଧ୍ୟା ସମୟରେ ଚୋକସିଙ୍କୁ ଭେଟିବା ଆରମ୍ଭ କରିଥିଲେ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ | କିଛି ଦିନର ବନ୍ଧୁତା ପରେ ସେ ମେ ୨୩ରେ ଚୋକ୍ସିଙ୍କୁ ଭେଟିବା ପାଇଁ ଏକ ଆପାର୍ଟମେଣ୍ଟକୁ ଡାକିଥିଲେ | ଚୋକ୍ସି ସେଠାରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଏକ ଟିମ ତାଙ୍କୁ ଅପହରଣ କରି ମାରଧର କରି ନିର୍ଯାତନ ଦେଇ ଗୋଟାଏ ନୌକାରେ ଡୋମିନିକାକୁ ନେଇ ଯାଇଥିଲେ, ଯେଉଁଠାରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ସୂତ୍ରରୁ ପ୍ରକାଶ।
/sambad/media/post_attachments/wp-content/uploads/2021/05/choksi-1-750x430.jpg)
ଏହା ପୂର୍ବରୁ ଗତକାଲି ଗର୍ଲଫ୍ରେଣ୍ଡ୍ଙ୍କ ସହ ଡୋମିନିକା ଭ୍ରମଣ କରିବାକୁ ଯାଇ ଚୋକ୍ସି ଧରାପଡ଼ିଛନ୍ତି। ଅଗତ୍ୟା ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଗ୍ୟାସ୍ଷ୍ଟନ୍ ବ୍ରାଉନି କହିଥିଲେ |