ଜୀବନରେ ବୁନ୍ଦେ ବି ମଦ ପିଇ ନ ଥିବା ମହିଳା କରୁଛନ୍ତି ମଦ ପରିସ୍ରା, ‘ୟୁରିନାରି-ଅଟୋ ବ୍ରିୱେରି ସିଣ୍ଡ୍ରମ’ର ଶିକାର

ପିଟସବର୍ଗ: ଆମେରିକାର ପିଟସବର୍ଗଠାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ମହିଳା ଅଚାନକ ଭାବେ ମଦ ପରିସ୍ରା କରିବାକୁ ଲାଗିଛନ୍ତି, ଏପରି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ଏହା ଏକ ବିରଳ ଘଟଣା। ପ୍ରଥମରୁ ଡାକ୍ତରମାନେ ଅନୁମାନ ଲଗାଇଥିଲେ ଯେ ସେ ପ୍ରଚୁର ପରିମାଣରେ ମଦ୍ୟପାନ କରୁଥିବା କାରଣରୁ ହୁଏତ ଏପରି ଏକ ସମସ୍ୟାର ସମ୍ମୁଖୀନ ହୋଇଥାଇ ପାରନ୍ତି। ମାତ୍ର ପରେ ଜାଣିବାକୁ ମିଳିଥିଲା ଯେ ମହିଳା ଜଣକ ମଦ୍ୟପ ନ ହୋଇ ମଧ୍ୟ ତାଙ୍କ କ୍ଷେତ୍ରରେ ଏପରି ଏକ ବିରଳ କଥା ଘଟିଛି।

୬୧ ବର୍ଷୀୟା ମହିଳାଙ୍କ ଏହି ସମସ୍ୟାକୁ ‘ୟୁରିନାରି-ଅଟୋ ବ୍ରିୱେରି ସିଣ୍ଡ୍ରମ’ ବୋଲି କୁହାଯାଉଛି। ପ୍ରଥମେ ମହିଳାଙ୍କ ଅବସ୍ଥା ସଂପର୍କରେ ଜାଣିବା ପରେ ୟୁନିଭରସିଟି ଅଫ୍‌ ପିଟ୍‌ସବର୍ଗ ମେଡିକାଲ୍‌ ସେଣ୍ଟର୍‌ର ଡାକ୍ତର ମହିଳା ପ୍ରଚୁର ପରିମାଣରେ ମଦ୍ୟପାନ କରୁଥିବା କାରଣରୁ ଏପରି ହୋଇଛି ବୋଲି ଅନୁମାନ କରି ତାଙ୍କୁ ସେହି ହିସାବରେ ଚିକିତ୍ସା କରିବାକୁ ଚିନ୍ତା କରିଥିଲେ। ମାତ୍ର ମହିଳା ଜଣକ ଜଣାଇଥିଲେ ଯେ ସେ ବୁନ୍ଦେ ହେଲେ ବି ମଦ ପିଅନ୍ତି ନାହିଁ।

Insider

ପରେ ମହିଳାଙ୍କର ଟେଷ୍ଟ୍‌ କରାଯିବାରୁ ତାଙ୍କ ଶରୀରରେ ପ୍ରାକୃତିକ ଭାବେ ଅନ୍ୟ ଏକ ରୋଗ ସୃଷ୍ଟି ହୋଇଛି ବୋଲି ଜାଣିବାକୁ ମିଳିଥିଲା। ତାଙ୍କ ମୂତ୍ରାଶୟରୁ ଏଭଳି ଭାବେ ମଦ ନିର୍ଗତ ହେଉଛି ବୋଲି ଜାଣିବା ପରେ ଡାକ୍ତରମାନେ ବି ଚକିତ ହୋଇ ଯାଇଛନ୍ତି।

ଏହି ଭଳି ଆଉ ଏକ ଘଟଣା ବି ଘଟିଛି। ଜଣେ ବ୍ୟକ୍ତି ମଦ ପିଇ ଗାଡ଼ି ଚଳାଉଥିବା ହେତୁ ଧରା ପଡ଼ିବା ପରେ ଶେଷରେ ତାଙ୍କ ଶରୀରକୁ ପରୀକ୍ଷା କରିବାରୁ ତାଙ୍କ ମଧ୍ୟ‌ରେ ‘ୟୁରିନାରି-ଅଟୋ ବ୍ରିୱେରି ସିଣ୍ଡ୍ରମ’ ରହିଛି ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର