ମାଲ୍ଦା (ପଶ୍ଚିମବଙ୍ଗ): ହାଇଦ୍ରାବଦର ମହିଳା ପ୍ରାଣୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତାତି ଥମି ନ ଥିବାବେଳେ ପଶ୍ଚିମବଙ୍ଗର ମାଲ୍ଦା ଜିଲ୍ଲାର ଏକ ଆମ୍ବତୋଟା ମଧ୍ୟରୁ ଆଜି (ଗୁରୁବାର) ସକାଳୁ ଜଣେ ଯୁବତୀଙ୍କ ଅଧାପୋଡ଼ା ଶବ ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବତୀ ଜଣଙ୍କୁ ଅଦ୍ୟାବଧି ଚିହ୍ନଟ କରାଯାଇ ପାରି ନ ଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟାକରି ନିଆଁ ଲଗାଇ ଦେଇଛନ୍ତି ବୋଲି ପ୍ରାଥମିକ ତଦନ୍ତ କରିବା ପରେ କହିଛନ୍ତି ମାଲ୍ଦା ଡିଏସ୍ପି ପ୍ରଶାନ୍ତ ଦେବନାଥ।
/sambad/media/post_attachments/wp-content/uploads/2019/12/Malda1.jpg)
ହସ୍ତଗତ ରିପୋର୍ଟରୁ ପ୍ରକାଶ, ମାଲ୍ଦା ଜିଲ୍ଲାର ଏକ ଆମ୍ବତୋଟା ମଧ୍ୟରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବତୀଙ୍କ ଅଧାପୋଡ଼ା ଶବ ପଡ଼ିଥିବା ଦେଖିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଚାଷୀ ଘଟଣା ସଂପର୍କରେ ପୁଲିସ୍କୁ ଖବର ଦେଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତା ଯୁବତୀ ଜଣଙ୍କର ବୟସ ୨୦ ବର୍ଷ ଭିତରେ ହୋଇଥିବା ବେଳେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିଲା। କେତେକ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟାକରି ନିଆଁ ଲଗାଇ ଦେଇଛନ୍ତି ବୋଲି ପ୍ରାଥମିକ ତଦନ୍ତ କରିବା ପରେ କହିଛନ୍ତି ମାଲ୍ଦା ଡିଏସ୍ପି ପ୍ରଶାନ୍ତ ଦେବନାଥ। ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ସବୁ କଥା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।