ଜୟପୁର: ଗତ କେତେ ଦଶନ୍ଧି ଧରି ସ୍ତନ କର୍କଟ ରୋଗ ଯୋଗୁଁ ଅକାଳରେ ବହୁ ଜୀବନହାନୀ ଘଟୁଛି। ବିଶେଷ କରି ପ୍ରାଥମିକ ଅବସ୍ଥାରେ ଏହି ରୋଗ ଚିହ୍ନଟ କରିବା କ୍ଷେତ୍ରରେ ଅବହେଳା କରାଯାଉଥିବାରୁଏହାର ଭୟଙ୍କର ପରିଣତି ସମାଜ ଉପରେ ପଡ଼ୁଛି। ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ରାଜସ୍ଥାନ ସରକାର। ରାଜସ୍ଥାନର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ୩୦ ବର୍ଷର ମହିଳାମାନଙ୍କର ଡାକ୍ତରଖାନାରେ ସ୍ତନ କର୍କଟ ରୋଗ ଚିହ୍ନଟ ପାଇଁ ସ୍କ୍ରିନିଂ କରାଯିବ। ଅର୍ଥାତ ଯେ କଣସି ୩୦ ବର୍ଷରୁ ଊର୍ଧ୍ୱ ମହିଳା ଯେ କୌଣସି ରୋଗ ତାହା ଥଣ୍ଡା ହେଉ କିମ୍ବା ଆଖି, କାନ, କିମ୍ବା ଅନ୍ୟ ଯେ କଣସି ରୋଗର ଡାକ୍ତରୀ ପରାମର୍ଶ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁଯଦି ଆସନ୍ତି, ତେବେ ମହିଳାଙ୍କୁ ତାଙ୍କ ରୋଗ ପାଇଁ ପରାମର୍ଶ ଦିଆଯିବା ସହିତ ଡାକ୍ତରଖାନାରେ ତାଙ୍କର ମାଗଣା ସ୍କ୍ରିନିଂ କରାଯିବାର ବ୍ୟବସ୍ଥା କରାଯାଇଛିି। ଏହି ସ୍କ୍ରିନିଂ ମାତ୍ର ୨ ମିନିଟ ସମୟ ନେଉଥିବାରୁ ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନଙ୍କୁ କୁହାଯାଇଛି।

Advertisment

publive-image
ସୂଚନାଯୋଗ୍ୟ ଯେ ଶରୀରରେ ଥିବା କ୍ୟାନସର ସେଲ୍‌ ପ୍ରାଥମିକ ଅବସ୍ଥାରେ ଧରା ପଡ଼େ ନାର୍ହିଁ। ମାତ୍ର ଏହା ଯେତେବେଳେ ଏକ ଆବୁ ଭଳି ହୋଇଯାଏ ,ସେତେବେଳେ କ୍ୟାନସର ସେଲ୍‌ ଗୁଡ଼ିକ ଅତି ଦୃତଗତିରେ ବୃଦ୍ଧିି ପାଇଥାନ୍ତି। ତେବେ ପ୍ରାଥମିକ ଅବସ୍ଥାରୁ କ୍ୟାନସର ସେଲ ଚିହ୍ନଟ ପାଇଁ ଜିଲ୍ଲାର ସମସ୍ତ ମୁଖ୍ୟ ଡାକ୍ତରଖାନାରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ରାଜସ୍ଥାନ ସରକାରଙ୍କ କ୍ୟାନସର କେୟାର ନୋଡାଲ ଅଫିସର ଡ. ଆଶୁତୋଷ ଗର୍ଗ କହିଛନ୍ତି ଯେ ଡାକ୍ତରଖାନାକୁ ଆସୁଥିବା ୩୦ ବର୍ଷରୁ ଊର୍ଧ୍ୱ ମହିଳାମାନେ ଯେପରି ଏହି ସୁବିଧାର ସୁଯୋଗ ନେଇ ପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଡାକ୍ତରଖାନାର କର୍ମଚାରୀମାନେ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଦାୟିିତ୍ୱ ନେଇଛନ୍ତି। ଯଦି ସ୍କ୍ରିନିଂ ସମୟରେ ସମ୍ପୃକ୍ତ ମହିଳାଙ୍କ ସ୍ତନରେ କୌଣସି ଆବୁ ଦେଖିବାକୁ ମିଳେ ତେବେ ସମ୍ପୃକ୍ତ ମହିଳାଙ୍କୁ ସୋନୋଗ୍ରାଫି ସହିତ ବିଶେଷଜ୍ଞ ଡାକ୍ତରଙ୍କ ପାକକୁ ପରାମର୍ଶ ପାଇଁ ପଠାଯିବ। ତେବେ ଏହି ସ୍କ୍ରିନିଂ କାର୍ଯ୍ୟ ପାଇଁ ଡାକ୍ତରଖାନାର ଦୁଇଜଣ ମହିଳା ନର୍ସଙ୍କୁ ତାଲିମ ଦିଆଯାଇଛି, ଯେଉଁମାନେ ମହିଳାମାନଙ୍କ ସ୍କ୍ରିନିଂ କରିବେ ବୋଲି ଡ. ଗର୍ଗ କହିଛନ୍ତି।