ଭାଉଜ-ଭାଉଜ କହି ଫସେଇଲେ, ସମ୍ପର୍କ ରଖି ୫୦ ଲକ୍ଷ ଟଙ୍କା ଯୌତୁକ ମାଗିଲେ

ବାରଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ଜଣେ ବିବାହିତା ମହିଳାଙ୍କୁ ମିଛ ପ୍ରେମ ଜାଲରେ ଫସେଇବା, ମନ୍ଦିରରେ ବିବାହ କରିବା, ଦୁଷ୍କର୍ମ, ଜବରଦସ୍ତ ଗର୍ଭପାତ କରାଇବା ଏବଂ ପରେ ଯୌତୁକ ମାଗିବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, ପାଣ୍ଡେପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଭଡା ଘରେ ରହୁଥିବା ଜଣେ ଯୁବତୀ ତାଙ୍କୁ ମିଛ ପ୍ରେମ ଜାଲରେ ଫସାଇଥିବା ଯୁବକଙ୍କ ନାମରେ ଅଭିଯୋଗ ଆଣିଛନ୍ତି | ମିଳିଥିବା ସୂଚନା ମୁତାବକ ପୀଡିତା ରୁପ୍ସା(ଛଦ୍ମନାମ) ଚୋଲାପୁରର ବାସିନ୍ଦା ଅମରଜିତ ଯାଦବ ନାମକ ଜଣେ ଯୁବକଙ୍କ ନାମରେ ଅଭିଯୋଗ ଆଣିଛନ୍ତି | ସେ କହିଛନ୍ତି ଯେ ବିବାହର କିଛି ଦିନ ପରେ ସେ ତାଙ୍କ ବାପଘରେ ରହୁଥିଲେ |

ଆଉ ଚୋଲାପୁର ଗାଁରେ ରହୁଥିବାବେଳେ ତାଙ୍କ ଗ୍ରାମର ଅମରଜିତ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ ଜାଲରେ ପକାଇଥିଲେ। ଅମରଜିତ ମେ ୧୯, ୨୦୨୧ରେ ମନ୍ଦିରରେ ବିବାହ କରିଥିଲେ ଏବଂ ପରେ ତାଙ୍କୁ ଲାଲପୁର ପାଣ୍ଡେପୁରର ଏକ ଭଡା ଘରକୁ ଆଣିଥିଲେ। ଏହି ସମୟରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ | ଏହି ସମୟରେ ସେ ଗର୍ଭବତୀ ହୋଇଥିଲେ। ଏହା ପରେ ଅଭିଯୁକ୍ତ ଯୁବତୀଙ୍କୁ ହଇରାଣ କରିବା ଆରମ୍ଭ କରି ୫୦ ଲକ୍ଷ ଟଙ୍କା ଯୌତୁକ ଭାବରେ ମାଗିଥିଲେ।

ସେ ଯୌତୁକ ଦେବାକୁ ମନା କରିବାରୁ ଜୁଲାଇ ୧୩ରେ ଅଭିଯୁକ୍ତ ତାଙ୍କର ଗର୍ଭପାତ କରାଇଦେଇଥିଲେ | ଆଉ ଅଭିଯୁକ୍ତଙ୍କ ସାଙ୍ଗମାନେ ତାଙ୍କୁ ମାଡ଼ ମାରି ଅଳଙ୍କାର ଲୁଟି ନେଇଥିଲେ। ଏହାପରେ ପୀଡିତା ଜଣକ ଅମରଜିତଙ୍କ ବ୍ୟତୀତ ତାଙ୍କ ସାଙ୍ଗ ଇନ୍ଦ୍ରଜିତ୍, ଅର୍ଜୁନ, ଧିରେନ୍ଦ୍ର, ଶିବକୁମାର ସୋମାରୁ, ଭଗବାନୀ ଦେବୀ, ଦିବ୍ୟା, ମନୋହର, ଭାନୁ ପ୍ରତାପଙ୍କ ନାମରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର