ଆସନ୍ତାକାଲି ଠାରୁ ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ଯାତ୍ରା କରିବାକୁ ମହିଳାମାନଙ୍କୁ ଅନୁମତି

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଲୋକାଲ୍‌ ଟ୍ରେନ୍‌ରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ଏବଂ ସନ୍ଧ୍ୟା ୭ଟାରୁ ରେଳସେବା ଶେଷ ହେବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଯାତ୍ରା କରିବା ଲାଗି ଶୁକ୍ରବାର ଦିନ ମହାରାଷ୍ଟ୍ର ସରକାର ଅନୁମତି ଦେଇଛନ୍ତି।

ବିପର୍ଯ୍ୟୟ ପରିଚାଳନା, ରିଲିଫ୍ ଓ ଥଇଥାନ ବିଭାଗ ସଚିବଙ୍କ ଦ୍ବାରା ଜାରି ଏକ ଆଦେଶନାମାରେ ଉଲ୍ଲେଖ ଅଛି ଯେ, ରେଳ ସେବା ବଢ଼ାଇବାକୁ ରେଳବାଇକୁ ଅନୁରୋଧ କରାଯାଇଛି। ଯାତ୍ରା ନିମନ୍ତେ ମହିଳାମାନଙ୍କର ‘କ୍ୟୁଆର୍‌’ କୋଡ୍‌ ଆବଶ୍ୟକ ହେବନାହିଁ।

Image Courtesy of Financial Express

କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର କହିଛନ୍ତି, କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ପାଇବାକୁ ଆମେ ଉପରୋକ୍ତ ବ୍ୟବସ୍ଥାର ପ୍ରକ୍ରିୟାକରଣ କରୁଛୁ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏପର୍ଯ୍ୟନ୍ତ ‘ମୁମ୍ବାଇ ମେଟ୍ରୋପଲିଟାନ୍ ରିଜନ୍‌’ରେ କେବଳ ଅତ୍ୟାବଶ୍ୟକ/ଜରୁରୀ କ୍ଷେତ୍ରରେ କାର୍ଯ୍ୟରତ, ଭିନ୍ନକ୍ଷମ ଏବଂ କର୍କଟ ରୋଗାକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ ଯାତ୍ରା ନିମନ୍ତେ ଅନୁମତି ଦିଆଯାଇଥିଲା।

ଏହାଛଡ଼ା, ଅକ୍ଟୋବର ୧୯ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଗାଇଡ୍‌ଲାଇନ୍‌ ଅନୁସାରେ ପର୍ଯ୍ୟାୟକ୍ରମେ ମୁମ୍ବାଇ ମେଟ୍ରୋ ରେଳ ଚଳାଚଳ ଆରମ୍ଭ କରିବ।

ସମ୍ବନ୍ଧିତ ଖବର