ପୁତୁରା ଝିଆରୀଙ୍କୁ ହତ୍ୟା କରି ମୃତଦେହ ନେଇ ଯାଉଥିବାବେଳେ ମହିଳାଙ୍କୁ ଧରିଲେ ଟ୍ରାଫିକ ପୁଲିସ

ୱାଶିଂଟନ୍: ପୁତୁରା ଝିଆରୀଙ୍କୁ ହତ୍ୟା କରି ନିଜ କାରରେ ନେଉଥିଲେ ମହିଳା | ଆଉ ରାସ୍ତାରେ ଟ୍ରାଫିକ ଯାଞ୍ଚ ବେଳେ ମହିଳାଙ୍କ କାର ଯାଞ୍ଚ କରିଥିଲେ ଟ୍ରାଫିକ ପୁଲିସ | ଆଉ ମହିଳାଙ୍କ କାରରେ ଦୁଇଟି ମୃତଦେହ ଦେଖି ଟ୍ରାଫିକ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପୁଲିସର ସୂଚନାନୁସାରେ, ଶୁକ୍ରବାର ଦିନ ଟ୍ରାଫିକ ଯାଞ୍ଚ ସମୟରେ ଏହି ଘଟଣା ସାମ୍ନାକୁ ଆସିଛି। ଆମେରିକାର ବାଲଟିମୋରର ବାସିନ୍ଦା ନିକୋଲ ଜନସନଙ୍କ ନାମରେ ଶିଶୁ ନିର୍ଯାତନା, ହତ୍ୟା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଖବର ଅନୁଯାୟୀ, ୩୩ ବର୍ଷୀୟ ନିକୋଲ ଗତ ବର୍ଷ ତାଙ୍କ ପୁତୁରାଙ୍କୁ ହତ୍ୟା କରିଥିଲେ |

ଏହା ପରେ ସେ ନିଜ ପୁତୁରାଙ୍କ ମୃତଦେହକୁ କାର ଭିତରେ ଲୁଚାଇ ରଖିଥିଲେ | ତେବେ କାରରେ ମୃତଦେହ ଲୁଚାଇ ସେ ବର୍ଷେ ଧରି ନିଜ ଝିଆରୀଙ୍କୁ ଧରି ବୁଲୁଥିଲେ | ଗୋଟିଏ ବର୍ଷ ପରେ ସେ ନିଜ ଝିଆରୀକୁ ହତ୍ୟା କରି ପୁତୁରାଙ୍କ ମୃତଦେହ ସହ ଏକ ପ୍ଲାଷ୍ଟିକ ବ୍ୟାଗରେ କାରରେ ରଖିଥିଲେ | ଝିଆରୀକୁ ସେ ଚଳିତ ବର୍ଷ ମେ ମାସରେ ହତ୍ୟା କରିଥିବାବେଳେ ଗତକାଲି ସେ ଦୁଇଟି ମୃତଦେହକୁ ଫିଙ୍ଗିବାକୁ ଯାଉଥିଲେ |

କିନ୍ତୁ ଟ୍ରାଫିକ ଯାଞ୍ଚ ସମୟରେ ଟ୍ରାଫିକ ପୁଲିସଙ୍କର ତାଙ୍କ ଉପରେ ସନ୍ଦେହ ହେବାରୁ କାରର ପଛ ପାର୍ଶ୍ଵ ଖୋଲିବାକୁ କୁହାଯାଇଥିଲା | ଏହା ପରେ ଦୁଇଜଣଙ୍କର ମୃତଦେହ ମିଳିଥିଲା | ଜନସନ କହିଛନ୍ତି ଯେ ୨୦୧୯ ମସିହାରେ ତାଙ୍କ ଭଉଣୀ ଦୁଇ ପିଲାଙ୍କୁ ତାଙ୍କ ଦାୟିତ୍ୱରେ ଛାଡ଼ିଦେଇ ଯାଇଥିଲେ | ତେବେ ଝିଆରୀକୁ ମାଡ଼ ମାରିବାରୁ ତାହାର ମୃତ୍ୟୁ ହୋଇଥିବାବେଳେ ପୁତୁରାର ମୃତ୍ୟୁ କିଭଳି ହୋଇଛି ତାହା ସେ କହିନାହାନ୍ତି |

ସମ୍ବନ୍ଧିତ ଖବର