ମୁସ୍‌ଲିମ୍‌ ହୋଇଥିବା ହେତୁ ବିମାନ ବନ୍ଦରରେ ଚେକିଂ ସମୟରେ ହୋଇଥାଏ ଭେଦଭାବ, କେତେବେଳେ କୁକୁର ଲଗାନ୍ତି ତ କେତେବେଳେ ଦେଖାଇବାକୁ ପଡ଼େ ସାନିଟାରି ନାପ୍‌କିନ୍‌

ନୂଆଦିଲ୍ଲୀ: ଆମେରିକାର ବିମାନବନ୍ଦରରେ ହେଉଥିବା ଚେକିଂ ସବୁ ସମୟରେ ବିବାଦ ମଧ୍ୟରେ ରହି ଆସିଛି । କିଛି ଦିନ ତଳେ ଜଣେ ମୁସ୍‌ଲିମ୍‌ ମହିଳାଙ୍କ ଚେକିଂ ସମୟରେ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୭ବର୍ଷିୟା ଜୈନବ ମର୍ଚ୍ଚାଣ୍ଟ ନିଜ ସହ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରି ଏକ ଖବର କାଗଜକୁ ପଠାଇବା ପରେ ଏ ଘଟଣାଟି ସାମ୍ନାକୁ ଆସିଛି । ୨୦୧୬ ପରଠାରୁ ଆମେରିକା ବିମାନବନ୍ଦରରେ ଅନେକଥର ତାଙ୍କୁ ଅପମାନଜନକ ତଦନ୍ତର ସାମ୍ନାକୁ କରିବାକୁ ପଡ଼ିଥିବା ସେ କହିଛନ୍ତି । ୩ଟି ସନ୍ତାନର ମା’ ଜୈନବ ଜଣେ ମୁସ୍‌ଲିମ୍‌ ହୋଇଥିବାରୁ ବିମାନବନ୍ଦରରେ ତାଙ୍କ ସହ କିପରି ବ୍ୟବହାର କରାଯାଇଛି ସେ ନେଇ କହିଛନ୍ତି । ବିମାନ ଯାତ୍ରା ସମୟରେ ତାଙ୍କୁ କିଭଳି ଏକ କଠୋରିକୁ ନିଆ ଯାଇ ତାଙ୍କର ତଲାସି ନିଆଯାଇଥାଏ ସେ ବିଷୟରେ କହିଛନ୍ତି ଜୈନବ ।

The Achiever Times

ବେଳେବେଳେ ତାଙ୍କର ଯାଞ୍ଚ ପାଇଁ କୁକୁର ଲଗା ଯାଇଥାଏ ତ ଆଉ କେତେବେଳେ ମାସିକଧର୍ମ ସମୟରେ ପିନ୍ଧିଥିବା ସାନିଟାରି ନାପ୍‌କିନ୍‌କୁ ଖୋଲି ଦେଖାଇବାକୁ ପଡ଼େ ବୋଲି ସେ ଖୁଲାସା କରିଛନ୍ତି ।

ସମ୍ବନ୍ଧିତ ଖବର