ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁସଲିମ ଦମ୍ପତି ମସ୍ଜିଦରେ ନମାଜ ପାଠ ପାଇଁ ମହିଳାଙ୍କୁ ଅନୁମତି ଦେବାକୁ ଆବେଦନ କରିବା ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଜନସ୍ୱାର୍ଥ ମାମଲାରେ ସବରିମାଳା ରାୟକୁ ଉପସ୍ଥାପନ କରାଯାଇ ଯୁକ୍ତି କରାଯାଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସୂଚନା ଥାଉକି, ମହାରାଷ୍ଟ୍ରର ମୁସଲିମ ଦମ୍ପତି ୟସ୍ମିନ ଜୁବେର ଅହମଦ ପୀରଜାଦେ ଏବଂ ଜୁବେର ଅହମଦ ନାଜିର ଅହମଦ ପୀରଜାଦେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଆବେଦନରେ ମସ୍ଜିଦ୍ ମଧ୍ୟରେ ନମାଜ ପାଠ ପାଇଁ ମହିଳାଙ୍କୁ ଅନୁମତି ଦେବାକୁ ଯୁକ୍ତି କରିଥିଲେ। ସେମାନେ ଯୁକ୍ତି କରିଥିଲେ, ମହିଳାଙ୍କୁ ବାରଣ କରାଯିବା ମୌଳିକ ଅଧିକାର କ୍ଷୁଣ୍ଣ କରୁଛି। ପ୍ରଫେଟ ମହମ୍ମଦ ଏବଂ କୋରାନ ମହିଳାଙ୍କୁ ମସ୍ଜିଦ୍ରେ ପ୍ରବେଶ ନକରିବା ନେଇ କେବେ କହିନାହାନ୍ତି। କୌଣସି ଦସ୍ତାବିଜରେ ମଧ୍ୟ ଏହା ଉଲ୍ଲେଖ ନାହିଁ। ସୁପ୍ରିମକୋର୍ଟ ଗତ ସେପ୍ଟେମ୍ବରରେ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଦେଇଥିବା ରାୟକୁ ଆବେଦନକାରୀ ଉପସ୍ଥାପନ କରି କହିଛନ୍ତି ମସ୍ଜିଦ୍ରେ ପ୍ରାର୍ଥନା କରିବା ଲାଗି ମୁସଲିମ ମହିଳାଙ୍କ ଅଧିକାର ରହିଛି। ଧାରା ୩୨ ଆଧାରରେ ଆବେଦନ କରି ଉକ୍ତ ମୁସଲିମ ଦମ୍ପତି ଧର୍ମକୁ ଆଳ କରି ମହିଳାଙ୍କ ଅଧିକାର ଛିନ୍ନ କରାଯାଇ ପାରିବ ନାହିଁ ବୋଲି ଯୁକ୍ତି କରିଛନ୍ତି। ଏହା ସପକ୍ଷରେ ଆବେଦନକାରୀ ପୁନେ ଜମା ମସ୍ଜିଦ ଘଟଣାକୁ ଉଲ୍ଲେଖ କରିଛନ୍ତି। ଦମ୍ପତି ଉକ୍ତ ମସ୍ଜିଦରେ ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ମାଗିବା ପରେ ସେଠାର ଇମାମ୍ ତାଙ୍କୁ ଅନୁମତି ଦେଇନଥିଲେ। ଇମାମ୍ କହିଥିଲେ, ସେ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚିଠି କରି ନିର୍ଦେଶ ପାଇଁ ଅନୁରୋଧ କରିବେ।
ମସ୍ଜିଦ୍ରେ ମହିଳାଙ୍କ ନମାଜ ପାଠ:କେନ୍ଦ୍ର ସରକାରଙ୍କୁ ନୋଟିସ କଲେ ସୁପ୍ରିମ କୋର୍ଟ
/sambad/media/post_attachments/wp-content/uploads/2019/04/supremeC-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)