ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ସମ୍ପୃକ୍ତ ଥିବା ଜଣେ ମହିଳା ଏସ୍ ପିଜି କମାଣ୍ଡୋଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ନେଇ ଅନ୍ଲାଇନରେ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପ୍ରଥମ ଥର ପାଇଁ ଜଣେ ମହିଳା କମାଣ୍ଡୋଙ୍କୁ ଦେଖିବାକୁ ମିଳିଛି ବୋଲି କିଛି ଲୋକ ଦାବି କରିଛନ୍ତି। ଅନ୍ୟମାନେ କହିଛନ୍ତି ଯେ ଏହି ମହିଳା କମାଣ୍ଡୋମାନଙ୍କୁ ଅତୀତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ମଧ୍ୟ ଦେଖିବାକୁ ମିଳିଛି। ବିଜେପିର ଅନେକ ସାଂସଦ ଏହି ଫଟୋକୁ ସେୟାର କରୁଛନ୍ତି । ମଣ୍ଡି ସାଂସଦ କଙ୍ଗନା ରାଣାୱତ ମଧ୍ୟ ଏହାକୁ ନିଜ ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ରବନୀତ ବିଟ୍ଟୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ମହିଳା ଏସ୍ପିଜି କମାଣ୍ଡୋଙ୍କ ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରି ସେମାନଙ୍କ ସାହସିକତା ଏବଂ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଭାରତର ଗୌରବ, ନାରୀ ଶକ୍ତିର ପରିଚୟ! ଏସପିଜିରେ ଡ୍ୟୁଟିରେ ଥିବା ଆମର ସାହସୀ ମହିଳା ସୁରକ୍ଷା ଅଧିକାରୀମାନେ ଦେଶର ସେବା ଏବଂ ସୁରକ୍ଷାରେ ନୂତନ ମାନଦଣ୍ଡ ସ୍ଥାପିତ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଦାୟିତ୍ବରେ ମହିଳା କମାଣ୍ଡୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ସମ୍ପୃକ୍ତ ଥିବା ଜଣେ ମହିଳା ଏସ୍ ପିଜି କମାଣ୍ଡୋଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ନେଇ ଅନ୍ଲାଇନରେ ଚର୍ଚ୍ଚା ଜୋର ଧରିଛି ।
/sambad/media/media_files/2024/11/29/SsPbziKWlCo0ffZqlZDU.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)