୨୪ଘଣ୍ଟା ମଧ୍ୟରେ ଦୁଇ ଥର ମୃତ ଘୋଷିତ ହେବା ପରେ ଥରେ ଜୀବିତ ହେଲେ ମହିଳା,ପରିବାର ସହ ପୁଲିସ ବି ହୋଇଗଲା ଆଶ୍ଚର୍ଯ୍ୟ,ଏହା ଥିଲା ପ୍ରକୃତ କାରଣ
ରାୟପୁର: ରାୟପୁରରେ ଥିବା ଆମ୍ବେଦକର ହସ୍ପିଟାଲରେ ମଙ୍ଗଳବାର ସଂନ୍ଧ୍ୟା ୫ଟା ସମୟରେ ଡ଼ାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କଲେ । ପରିବାରଲୋକଙ୍କୁ ଏହି ଦଃଖ ଖବର ଡ଼ାକ୍ତର ଜଣାଇବା ପରେ ସେମାନେ ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୧୫ଘଣ୍ଟା ପରେ ବୁଧବାର ସକାଳ ୮ଟାରେ ଯେତେବେଳେ ପରିବାର ଲୋକେ ମୃତଦେହ ଆଣିବାକୁ ପହଞ୍ଚିଥିଲେ । ସେତେବେଳେ ମହିଳା ଜୀବିତ ଥିବା କହିଥିଲେ ଡ଼ାକ୍ତର । ଡ଼ାକ୍ତରଙ୍କଠାରୁ ଏହି କଥା ଶୁଣି ପରିବାରଲୋକେ ଆଶ୍ଚର୍ଯ୍ୟ ହେବା ସହ କିପରି ସମ୍ଭବ ବୋଲି ପଚାରିବା ପରେ ମହିଳାଙ୍କ ବ୍ରେନ୍ ଡ଼େଡ଼୍ ହୋଇଛି ତାଙ୍କ ମୃତ୍ୟୁ ହୋଇ ନାହିଁ ବୋଲି କହିଥିଲେ ଡ଼ାକ୍ତର ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି କଥା ଶୁଣି ପରିବା ଲୋକେ ଟିକେ ଆଶ୍ୱସ୍ତି ଅନୁଭବ କରିବା ପରେ ଡ଼ାକ୍ତର ପୁଣି ସଂନ୍ଧ୍ୟା ୪ଟାରେ ମହିଳାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଡାକ୍ତରଙ୍କ ଏପରି କଥା ବଦଳାଇବା ଦେଖି ମୃତ୍ୟୁ ହୋଇଛି କି ନାହିଁ ନିଶ୍ଚିତ କରିବା ପାଇଁ ପୁଲିସ ଡ଼ାକ୍ତରଙ୍କୁ ୨୪ଘଣ୍ଟାର ସମୟ ଦେଇଥିଲା । ୨୪ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯିବାରୁ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ମହିଳା ସଡ଼କ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନା ଅଣା ଯାଇଥିଲା । କିନ୍ତୁ ତାଙ୍କର ବ୍ରେନ୍ ଡ଼େଡ଼୍ ହୋଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଭାବି ନେଇଥିଲେ । ଡ଼ାକ୍ତରଙ୍କ ଏଭଳି ଅପାରଗତା ବିଷୟରେ ଜାଣିବା ପରେ ଡ଼ାକ୍ତରଖାନା ତରଫରୁ ଏ ନେଇ ତଦନ୍ତ କରାଯିବା ବୋଲି କୁହାଯାଇଛି ।