ତାଲିବାନ ପ୍ରତିଶ୍ରୁତି ଉପରେ ମହିଳାଙ୍କ ବିଶ୍ବାସ ନାହିଁ: ପରିଚୟ ଲୁଚାଇବାକୁ ସଂଘର୍ଷ

କାବୁଲ: ଆଫଗାନିସ୍ତାନ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ସମଗ୍ର ଦେଶ ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ଓ ବିପଜ୍ଜନକ ହୋଇପଡ଼ିଛି ବୋଲି ସାମାଜିକ କର୍ମୀମାନେ ବିଶ୍ବାସ କରୁଛନ୍ତି। କେବଳ ଗତ କିଛି ସପ୍ତାହ ଭିତରେ ଅନେକ ହିଂସା ଓ ହତ୍ୟା ଘଟଣାର ରିପୋର୍ଟ ମିଳିଛି। ଇତିମଧ୍ୟରେ ହଜାର ହଜାର ଲୋକ ଦେଶ ଛାଡ଼ି ପଳାୟନ କରିଛନ୍ତି। ଜାତିସଂଘ ଶରଣାର୍ଥୀ ସଂସ୍ଥା କହିଛି ଯେ, ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ମହିଳା ଓ ଶିଶୁ। ତେବେ ଆଫଗାନିସ୍ତାନରୁ ନାନା ବିପଜ୍ଜନକ ପରିସ୍ଥିତିରେ ପଳାଇଆସିଥିବା ମହିଳାଙ୍କ ମୁହଁରୁ ଶୁଣିଲେ ଜଣାପଡ଼ୁଛି ‌ମହିଳାମାନଙ୍କ ସ୍ଥିତି କିପରି ରହିଛି।

ନିଜ ନାମ ନ କହି ଜଣେ ଆଫଗାନ ମହିଳା ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି: ଆମେ କେବେ ଭାବି ନ ଥିଲୁ ଆମର ସବୁ ମୌଳିକ ଅଧିକାର ଛଡ଼େଇ ନିଆଯିବ ଏବଂ ଆମେ ୨୦ ବର୍ଷ ତଳକୁ ଚାଲିଯିବୁ। ୨୦ ବର୍ଷ ଧରି ଆମର ଅଧିକାର ଓ ସ୍ବାଧୀନତା ପାଇଁ ଲଢ଼େଇ କରିବା ପରେ ଆମକୁ ବୁର୍ଖା ଖୋଜିବାକୁ ଓ ନିଜ ପରିଚୟ ଲୁଚେଇବାକୁ ପଡ଼ିବ। ଅନେକ ଆଫଗାନ ମହିଳା ସାମ୍ବାଦିକ କହିଛନ୍ତି, ତାଲିବାନମାନେ ସେମାନଙ୍କୁ କାମ କରିବାକୁ ଅନୁମତି ଦେଲେ ନାହିଁ। ଆର୍‌ଟିଏ (ରେଡିଓ ଟେଲିଭିଜନ ଆଫଗାନିସ୍ତାନ) ଘୋଷିକା ଥିବା ଶବନମ ଖାନ୍ ଦୌରାନ କହିଛନ୍ତି, ତାଙ୍କୁ ଅଫିସରେ ପୂରେଇ ଦିଆଗଲା ନାହିଁ। ତାଲିବାନମାନେ ତାଙ୍କୁ କାମ କରିବାକୁ ଅନୁମତି ଦେଲେ ନାହିଁ।

ଅନେକ ମହିଳା କହିଛନ୍ତି ଯେ, ତାଲିବାନମାନେ ଶାରିଆ ଆଇନକୁ କଡ଼ାକଡ଼ି କରିବେ ଏବଂ ଝିଅମାନଙ୍କୁ ସ୍କୁଲକୁ ବା କର୍ମକ୍ଷେତ୍ରକୁ ଯିବାକୁ ଦେବେ ନାହିଁ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଆଫଗାନିସ୍ତାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଓ ମାନବାଧିକାର ଉଲ୍ଲଂଘନ ହେବା ନେଇ ଚେତାଇଦେଇଛନ୍ତି। ଗବେଷକ ଫେଲ୍‌ବାବ୍ ବ୍ରାଉନ କହିଛନ୍ତି ଯେ, ଆଫଗାନିସ୍ତାନରେ ମହିଳାଙ୍କ ସ୍ବାଧୀନତା ଆଉ ଫେରିବାର ସମ୍ଭାବନା ନାହିଁ। ମହିଳାମାନଙ୍କୁ

ସମ୍ବନ୍ଧିତ ଖବର