ନୂଆଦିଲ୍ଲୀ : ୨୦୧୨ ଡିସେମ୍ବର ୧୬ ତାରିଖରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇ ଦେଇଥିଲା। ନିର୍ଭୟା ଘଟଣା ପରେ ଆଇନ କଡ଼ାକଡ଼ି ହୋଇଥିଲେ ସୁଦ୍ଧା ଏହାର କିଛି ବଡ଼ ପ୍ରଭାବ ପଡ଼ିନାହିଁ। ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ ଲାଗିଛି। ୨୦୦୭ରେ ପ୍ରତି ଘଣ୍ଟାଏରେ ୨ ଜଣ ଦୁଷ୍କର୍ମର ଶିକାର ହୋଇଥିବାବେଳେ ଏବେ ପ୍ରତି ଘଣ୍ଟାରେ ୪ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ପ୍ରତି ଘଣ୍ଟାରେ ମହିଳାଙ୍କ ବିରୋଧରେ ୩୭ଟି ଅପରାଧ ଘଟୁଛି। ୧୦ ବର୍ଷ ମଧ୍ୟରେ ଦୁଷ୍କର୍ମ ମାତ୍ରା ଦ୍ବିଗୁଣିତ ହୋଇଛି। ଦୁଷ୍କର୍ମ ମାମଲାରେ ଅଭିଯୁକ୍ତମାନେ ଦୋଷୀସାବ୍ୟସ୍ତ ହେବାରେ ମଧ୍ୟ ବହୁ ବିଳମ୍ବ ହେଉଛି। ୧୯୭୩ରେ ଦୁଷ୍କର୍ମ ମାମଲାରେ ମାତ୍ର ୪୪ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୨୦୧୬ରେ ଏହା ୧୮.୯ ପ୍ରତିଶତକୁ କମି ଆସିଲା। ଯାହା ଗତ ୧୦ ବର୍ଷ ମଧ୍ୟରେ ସବୁଠୁ କମ୍। ଦୋଷୀଙ୍କୁ ଦଣ୍ଡ ନ ମିଳିବାରୁ ମହିଳାଙ୍କ ବିରୋଧରେ ଜଘନ୍ୟ ଅପରାଧ ମଧ୍ୟ ବଢ଼ି ଚାଲିଛି।
ଦୁଷ୍କର୍ମ ମାମଲା ଲଢ଼ିବାପାଇଁ ସ୍ବତନ୍ତ୍ର କୋର୍ଟର ମଧ୍ୟ ଅଭାବ ରହିଛି। ଦୁଷ୍କର୍ମ ମାମଲା ଲଢ଼ିବାପାଇଁ ଭାରତକୁ ୧୦୦୦ରୁ ଅଧିକ ସ୍ବତନ୍ତ୍ର କୋର୍ଟର ଆବଶ୍ୟକତା ରହିଛି ବୋଲି ଜଣାପଡ଼ିଛି। ତେବେ ଗୋଟିଏ ପଟେ ଅପରାଧ ବଢ଼ି ଚାଲିଥିବାବେଳେ ଅପରାଧୀଙ୍କୁ ସଠିକ୍ ସମୟରେ ଦଣ୍ଡ ମିଳୁନଥିବାରୁ ଏହା ଏବେ ଚିନ୍ତାଜନକ ହୋଇଛି।
ମହିଳାଙ୍କ ପ୍ରତି ବଢ଼ୁଛି ଅତ୍ୟାଚାର:ପ୍ରତି ଘଣ୍ଟାରେ ୪ ଜଣ ଦୁଷ୍କର୍ମର ଶିକାର
/sambad/media/post_attachments/wp-content/uploads/2019/06/India-rape-Getty-960x720_CLARO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)