ଶିଲଙ୍ଗ: ମେଘାଳୟର ମହିଳା କଳକାରଖାନା କର୍ମଚାରୀମାନଙ୍କୁ ଏଣିକି ନିଜ କର୍ମକ୍ଷେତ୍ରରେ ମାଗଣାରେ ସାନିଟାରି ନାପ୍‌କିନ୍‌ ମିଳିବ। ଚାରି ଦଶନ୍ଧି ପୁରୁଣା କାରଖାନା ନିୟମରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି ବୋଲି ମଙ୍ଗଳବାର ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। କେବଳ ସେତିକି ନୁହେଁ, ସଂଶୋଧନ ନିୟମ ଅନୁଯାୟୀ କାରଖାନାର ସମସ୍ତ କର୍ମଚାରୀଙ୍କୁ ପିପିଇ କିଟ୍ ମଧ୍ୟ ପ୍ରଦାନ କରାଯିବ।

Advertisment

ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ୧୯୮୦ମସିହାର ମେଘାଳୟର ଏହି ସଂଶୋଧନ ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ପରେ କାରଖାନା ଅଧିନିୟମ, ୧୯୪୮ ଅନୁଯାୟୀ ମହିଳା ଶ୍ରମିକଙ୍କ ପାଇଁ ସାନିଟାରି ନାପକିନ୍ ନିୟମାବଳୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

publive-image
NYOOOZ

ସରକାରୀ ମୁଖପାତ୍ରଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ ସଂଶୋଧନରେ କୁହାଯାଇଛି ଯେ ଭାରତୀୟ ମାନକ ଅନୁସାରେ ପର୍ଯ୍ୟାପ୍ତ ପରିମାଣର ସାନିଟାରି ନାପକିନ୍ କାରଖାନାର ଶୌଚାଳୟମାନଙ୍କରେ ରଖାଯିବ। ପ୍ରତିଦିଦ ଶୌଚାଳୟରେ ସାନିଟାରି ନାପ୍‌କିନ୍‌ ପୂର୍ଣ୍ଣ କରାଯିବ। ମୁଖପାତ୍ର ଆହୁରି ବି କହିଛନ୍ତ ଯେ ସାନିଟାରି ନାପ୍‌କିନ୍‌ ସହ ଶୌଚାଳୟରେ ଡିସ୍‌ପୋଜାଲ୍‌ ବିନ୍‌ ମଧ୍ୟ ଯୋଗାଇ ଦିଆଯିବ।

କାରଖାନାଗୁଡ଼ିକର ନିୟମରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିବା ସହ ବୈଠକରେ ପୂର୍ବତନ ମୁଖ୍ୟ ସଚିବ ପିଏସ ଥାଙ୍ଗକିଓଙ୍କୁ ମେଘାଳୟ ରାଜ୍ୟ ଖାଦ୍ୟ ଆୟୋଗ (ଏମଏସଏଫସି)ର ଚେୟାରମ୍ୟାନ୍ ତଥା ଲାମୋଲାଙ୍ଗ ଏମ ସାଇମଙ୍କୁ ମେଘାଳୟ ରାଜ୍ୟ ସୁରକ୍ଷା ଅଧିକାର ଆୟୋଗ (ଏମଏସସିପିସିଆର)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।