ଚଳନ୍ତା ଟ୍ରେନରୁ ଖସିଗଲା ମହିଳାଙ୍କ ଗୋଡ଼, କିଛି ଦୂର ଘୋଷାଡ଼ି ହୋଇ ଚାଲିଗଲେ ! ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ଆଜିକାଲି ଲୋକଙ୍କୁ ସବୁ କାମ ତରବର ହେବା ଦେଖିବାକୁ ମିଳିଥାଏ। କୌଣସି ସ୍ଥାନରେ ପହଞ୍ଚିବା ପାଇଁ ହେଉ ବା କିଛି ପାଇବା ପାଇଁ ସବୁ ଜିନିଷକୁ କମ ସମୟରେ ହାସଲ କରିବାର ଆଗ୍ରହ ରହିଥାଏ । କାମ ଶୀଘ୍ର କରିବା ବେଳେ ସମୟ ସମୟରେ ଦୁର୍ଘଟଣା ଘଟିଥାଏ । ଏପରି ଏକ ଘଟଣା ମୁମ୍ବାଇରେ ନିକଟରେ ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ଦାୟିତ୍ୱହୀନତା ପାଇଁ ତାଙ୍କ ଜୀବନ ଅଳ୍ପକେ ବଞ୍ଚିଛି। ମହିଳା ଜଣକ ଲୋକାଲ୍‌ ଟ୍ରେନରେ ଚଢ଼ୁଥିବା ସମୟରେ ହଠାତ୍‌ ତାଙ୍କ ଗୋଡ଼ ଖସିଯାଇଥିଲା । ପରେ ତାଙ୍କୁ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଟାଣି ବଞ୍ଚାଇଥିଲେ ।

ABP News
ଭିଡ଼ିଓ ଅନୁଯାୟୀ, ମୁମ୍ବାଇର କୁର୍ଲା ଷ୍ଟେସନରେ ଜଣେ ମହିଳା ବୁର୍ଖା ପିନ୍ଧିଥିବା ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଟ୍ରେନ୍‌ର ଗତି ବଢ଼ିବା ସହ ହଠାତ୍‌ ମହିଳାଙ୍କ ଗୋଡ଼ ଖସିଯାଇଥିଲା। ଯାହାଫଳରେ ସେ ଚଳନ୍ତା ଟ୍ରେନ ସହ କିଛି ବାଟ ଘୋଷାଡ଼ି ହୋଇ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଉପଯୁକ୍ତ ବୁଦ୍ଧି ପ୍ରଯୋଗ କରି ମହିଳାଙ୍କୁ ପ୍ଲାଟଫର୍ମ ଆଡ଼କୁ ଟାଣି ଆଣିଥିଲେ, ଯାହା ଫଳରେ ମହିଳା ଜଣଙ୍କ ଟ୍ରେନ୍‌ ତଳକୁ ଖସି ଯିବାରୁ ବଞ୍ଚିଯାଇଥିଲେ । ଭିଡ଼ିଓଟିରେ ମହିଳାଙ୍କ ସହିତ ତାଙ୍କର ପୁଅ ମଧ୍ୟ ନଜର ଆସୁଛନ୍ତି ଯାହାକୁ ସେ ଟ୍ରେନଟି ଠିଆ ହୋଇଥିବା ସମୟରେ ଚଢ଼ାଇ ଦେଇଥିଲେ। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ସେୟାର ହେବା ସହ ଭାଇରାଲ ହେଉଥିବା ଦେଖାଯାଉଛି ।

ସମ୍ବନ୍ଧିତ ଖବର