ନିଦ ବାଉଳାରେ ଟ୍ରେନ୍‌ ଟଏଲେଟ ବଦଳରେ ମୁଖ୍ୟ ଦ୍ୱାର ଖୋଲି ଦେଲେ ମହିଳା..ତା’ପରେ କ’ଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ: ଯୋଧପୁରରୁ ଭୋପାଲ ଫେରୁଥିବା ଜଣେ ମହିଳାଙ୍କ ଟ୍ରେନ୍‌ରୁ ପଡ଼ି ମୃତ୍ୟୁ ହୋଇଛି। ତେବେ ମହିଳା ଜଣକ ନିଦ ବାଉଳାରେ ଟ୍ରେନ୍‌ର ଟଏଲେଟ ଦ୍ୱାର ବଦଳରେ ମୁଖ୍ୟଦ୍ୱାର ଖୋଲି ଦେଇଥିଲେ। ଫଳରେ ସେ ଟ୍ରେନ୍‌ରୁ ଖସି ପଡ଼ିଥିଲେ। ତୁରନ୍ତ ଟ୍ରେନ୍‌କୁ ଅଟକାଇ ମହିଳାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଗୁନ୍ନାର ବାସବାସ କରୁଥିବା ରାଜକୁମାରି ନିଜ ସ୍ୱାମୀ ରାଜେନ୍ଦ୍ର ଶର୍ମାଙ୍କ ସହିତ ଟ୍ରେନ୍‌ରେ ଯୋଦ୍ଧପୁରରୁ ଭୋପାଳ ଫେରୁଥିଲେ। ସେ ଯୋଧପୁରରେ ଥିବା ତାଙ୍କ ପୁଅକୁ ଭେଟିବାକୁ ଯାଇଥିଲେ, ଯୋଦ୍ଧପୁରରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ ମହିଳା।

ମୃତ ରାଜକୁମାରୀଙ୍କ ସ୍ୱାମୀ ରାଜେନ୍ଦ୍ର ଶର୍ମାଙ୍କ କହିବାନୁସାରେ, ରାତି ପାଖାପାଖି ୧୦.୩୦ହେବ ରାଜକୁମାରୀଙ୍କୁ ପରିଶ୍ରା ଲାଗିଥିଲା। ସେ ନିଦରେ ଥିବାରୁ ଟ୍ରେନ୍‌ର ପରିଶ୍ରା ଘର କବାଟ ଖୋଲିବା ବଦଳରେ ମୁଖ୍ୟଦ୍ୱାର ଖୋଲି ପାଦ ଆଗକୁ ବଢ଼ାଇ ଦେଇଥିଲେ। ଫଳରେ ସେ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିଲେ। ଟ୍ରେନ୍‌ର ଦ୍ୱାର ପାଖରେ ବସିଥିବା ଜଣେ ଯାତ୍ରୀ ଏହି ଦୃଶ୍ୟ ଦେଖି ଚିତ୍କାର କରିବାରେ ଲାଗିଥିଲା। ମୁଁ ଦୌଡ଼ି ଆସି କ’ଣ ହୋଇଛି ବୋଲି ପଚାରିବାକୁ ସେ ଜଣେ ମହିଳା ଖସି ପଡ଼ିଲେ ବୋଲି କହିଥିଲେ। ଏହାପରେ ମୋର ସନ୍ଦେହ ହୋଇଥିଲା ମୁଁ ଟ୍ରେନ୍‌ର ଆଖପାଖ ଟଏଲେଟ ଯାଇ ଦେଖିଥିଲି, ସେଠାରେ ରାଜକୁମାରୀ ନଥିଲେ। ମୋତେ ସନ୍ଦେହ ହୋଇଥିଲା ମୁଁ ତୁରନ୍ତ ଚେନ୍‌ ଟାଣି ଟ୍ରେନ୍‌ ଅଟକାଇଥିଲି। ଏହାପରେ ଡ୍ରାଇଭରଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହିଥିଲି।

ଡ୍ରାଇଭର ଡିଆରଏମଙ୍କ ସହିତ କଥା ହୋଇ ଟ୍ରେନ୍‌କୁ ପଛକୁ ନେଇଥିଲେ। ପାଖାପାଖି ଏକ କିଲୋମିଟର ଗଲା ପରେ ଗୁରୁତର ଅବସ୍ଥାରେ ରାଜକୁମାରୀଙ୍କୁ ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ପାଇଥିଲି। ତାଙ୍କୁ ସେଠାରୁ ଉଦ୍ଧାର କରି ଆଶୋକନଗର ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜକୁମାରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ରାଜକୁମାରୀ ୩ଦିନ ହେଲା ଠିକ୍‌ ସେ ଶୋଇ ନଥିବା ହେତୁ ତାଙ୍କ ଆଖି ଲାଖି ଯାଇଥିଲା। ଫଳରେ ଆଜି ଏହି ଦୁର୍ଘଟଣା ଘଟିଗଲା ବୋଲି ରାଜକୁମାରୀଙ୍କ ସ୍ୱାମୀ କହନ୍ତି।

 

 

 

ସମ୍ବନ୍ଧିତ ଖବର