ଏହି ଦେଶରେ ସରକାର ଲଗାଇଲେ କଟକଣା: ମହିଳାଙ୍କୁ ବିଜ୍ଞାପନ ମନା

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ବିଜ୍ଞାପନ ହେଲା ମନା । ଏଣିକି ଆଉ ବିଜ୍ଞାପନରେ କାମ କରିପାରିବେ ନାହିଁ ମହିଳା । ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ ଏପ୍ରକାରର ନିର୍ଦ୍ଦେଶ ଜାରି କରିଛନ୍ତି ଇସ୍ଲାମୀ ନେତା । ଏକ ଆଇସ୍କ୍ରିମ ବିଜ୍ଞାପନରୁ ଆରମ୍ଭ ହୋଇଛି ଏପ୍ରକାରର ପରିସ୍ଥିତି । କିଛି ଦିନ ପୂର୍ବରୁ ଇରାନ୍‌ରେ ଏକ ବିଜ୍ଞାପନର ରିଲିଜ୍ କରାଯାଇଥିଲା ଏହି ବିଜ୍ଞାପନରେ ମହିଳା ଜଣଙ୍କ ହାତରେ ଏକ ଆଇସ୍କ୍ରିମ୍ ଧରି ଏକ ଢିଲା ହିଜାବ୍ ପିନ୍ଧି ଏହି ବିଜ୍ଞାପନର ସୁଟିଂ କରିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ଉପରେ ବର୍ତ୍ତମାନ ଇରାନୀ ମୈାଲବୀମାନେ ଆପତ୍ତି ଉଠାଇଛନ୍ତି । ଏଥିସହ ଆଇସ୍କ୍ରିମ୍ ଉତ୍ପାଦନକାରୀ କମ୍ପାନି ଡୋମିନୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇରାନ୍ ମନ୍ତ୍ରାଳୟ ଅଧିକାରୀଙ୍କ ସୂଚନା ଅନୁଯାୟୀ –ସର୍ବସାଧାରଣଙ୍କ ଶାଳିନତା ତଥା ମହିଳାଙ୍କ ମୂଲ୍ୟବୋଧକୁ ଏହି ବିଜ୍ଞାପନ ଅପମାନ କରୁଛି । ଅନ୍ୟପଟେ ବଢୁଥିବା ବିବାଦକୁ ନଜରରେ ରଖି ଇରାନର ସଂସ୍କୃତି ଏବଂ ଗାଇଡେନ୍ସ ମନ୍ତ୍ରଣାଳୟ ଏକ ଚିଠି ଜାରି କରି ଦେଶର ‘ହିଜାବ ଏବଂ ଚେଷ୍ଟିଟି’ ନିୟମକୁ ଦର୍ଶାଇ ମହିଳାମାନଙ୍କୁ ବିଜ୍ଞାପନରେ କାମ ନକରିବା ପାଇଁ ଘୋଷଣା କରିଛନ୍ତି । ଏହା ସହ ଏକ ସରକାରୀ ଏଜେନ୍ସି ଏପ୍ରକାର ବିଜ୍ଞାପନକୁ ଅପରାଧ ବୋଲି ଦାବି କରୁଛନ୍ତି । ଲୋକମାନେ ଭିନ୍ନ ପ୍ରସଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରରେ ଉପସ୍ଥାପନା କରାଯାଇଛି ଯାହାକି ଇରାନ୍‌ର ନିୟମ ବିରୋଧି ।

ସମ୍ବନ୍ଧିତ ଖବର