ବ୍ରିଟେନ ନୌସେନାରେ ମହିଳା କର୍ମଚାରୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା!

ଲଣ୍ଡନ: ରୟାଲ ନୌସେନାର ବୁଡ଼ାଜାହାଜରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ କରାଯାଉଥିବାର ଖବର ପ୍ରକାଶ ପାଇବା ପରେ ବ୍ରିଟେନରେ ହଙ୍ଗାମା ଦେଖାଦେଇଛି। ଅଭିଯୋଗ ହୋଇଛି ଯେ ବୁଡ଼ାଜାହାଜରେ କାମ କରୁଥିବା ମହିଳା କର୍ମଚାରୀଙ୍କୁ ଭୟଭୀତ କରାଯାଇ ଯୌନ ନିର୍ଯାତନା ଦିଆଯାଉଛି । ରୟାଲ ନୌସେନା ମୁଖ୍ୟ ଆଡମିରାଲ ବେନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ପୂର୍ବତନ ନୌସେନା ଲେଫ୍ଟନାଣ୍ଟ ଦାବି କରିଛନ୍ତି ଯେ ବୁଡ଼ାଜାହାଜରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଛି |

ଶନିବାର ଦିନ ବ୍ରିଟେନର ଡେଲି ମେଲ ଖବରକାଗଜରେ ପୂର୍ବତନ ନୌସେନା ଲେଫ୍ଟନାଣ୍ଟ ସୋଫି ବ୍ରୁକ ସାକ୍ଷାତକାର ପ୍ରକାଶ ପାଇଛି | ଏଥିରେ ସେ କହିଛନ୍ତି ଯେ ତାଙ୍କୁ ମଧ୍ୟ ଯୌନ ନିର୍ଯାତନାର ସମ୍ମୁଖୀନ ହେବାକୁ ପଡିଥିଲା । ତିରିଶ ବର୍ଷୀୟ ବ୍ରୁକ୍ ଚଳିତ ବର୍ଷ ରୟାଲ୍ ନୌସେନା ଛାଡିଥିଲେ ଏବଂ ପରେ ତାଙ୍କ ବୁଡ଼ାଜାହାଜର ଗତିବିଧି ବିଷୟରେ ସମ୍ବେଦନଶୀଳ ଇମେଲ୍ ପଠାଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା।

ନୌସେନା ମୁଖ୍ୟ କହିଛନ୍ତି, “ଏହି ଅଭିଯୋଗଗୁଡ଼ିକ ମିଥ୍ୟା | ସେନା ମୁଖ୍ୟ କହିଛନ୍ତି, ରୟାଲ ନୌସେନାରେ ଯୌନ ନିର୍ଯାତନାର କୌଣସି ସ୍ଥାନ ନାହିଁ ଏବଂ ଏହାକୁ ବରଦାସ୍ତ କରାଯିବ ନାହିଁ। ଏହି ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି | ଯିଏ ଦୋଷୀ ସାବ୍ୟସ୍ତ ହେବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ | ଏହି ଅଭିଯୋଗ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୌଣସି ବିବୃତ୍ତି ଦେଇନାହିଁ।

ସମ୍ବନ୍ଧିତ ଖବର