କାନାଡାର ଟୋରୋଣ୍ଟ ସହରରେ ଏକ ଅବିଶ୍ୱସନୀୟ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଏକ କାର୍‌ ଯାଉଥିବା ବେଳେ ଅନ୍ୟ ଏକ ଟ୍ରକ୍‌ରେ ଲଦା ହୋଇ ଯାଉଥିବା ଏକ କାଠ ଖଣ୍ଡଟି କାର୍‌ ଉପରେ ଖସି ପଡ଼ିବାରୁ କାଚ ଭାଙ୍ଗି ଭିତରକୁ ପଶି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସୌଭାଗ୍ୟକୁ କାର୍‌ ମଧ୍ୟରେ ଥିବା ଦୁଇ ଜଣ ମହିଳା ସୁରକ୍ଷିତ ଅଛନ୍ତି। ସେମାନେ ସମାନ୍ୟ ଆଘାତ ପାଇ କାର୍‌ ବାହାରକୁ ବାହାରି ଆସିଛନ୍ତି। ଏପରି ଘଟଣା କାନାଡିଆନ ରାଜପଥରେ ଘଟିଥିବାର ଦେଖିବାକୁ ମିଳିଛି। ବୁଧବାର ସଂଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି।

Advertisment

publive-image

କାର୍‌ଟିକୁ ଚଳାଉଥିଲେ ଯଶପ୍ରିତ ଶ୍ରାନ। ତାଙ୍କ କଡ଼ରେ ତାଙ୍କର ଜଣେ ବନ୍ଧୁ ମଧ୍ୟ ବସିଥିଲେ। ସେମାନେ ସାମନ୍ୟ ଆହତ ହୋଇଥିବାକୁ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯେଉଁ ଟ୍ରକ୍‌ରୁ କାଠ ଖଣ୍ଡଟି ଖସିପଡ଼ିଥିଲା ସେ ଚାଳକଙ୍କୁ ଏଯାବତ୍‌ ଧରାଯାଇ ନାହିଁ। ଏହି ଦୁର୍ଘଟଣା ସଂପର୍କରେ ସେ ଜ୍ଞାତ କି ଅଜ୍ଞାତ ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ।