ବରନାଲା: ନିକଟରେ ଯାଇଛି କରୱା ଚୌଥ୍ ବ୍ରତ। ଏହି ବ୍ରତରେ ମହିଳାମାନେ ଉପବାସ ରଖନ୍ତି ଏବଂ ସେମାନଙ୍କ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତି। ହେଲେ ଯଦି ଜଣେ ମହିଳା କରୱା ଚୌଥ ବ୍ରତ ପାଳନ କରିବା ବେଳେ ତାଙ୍କ ଜୀବନ ଚାଲିଯାଏ, ତେବେ ତାଙ୍କ ସ୍ବାମୀଙ୍କୁ କିପରି ଲାଗିବ? ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ବର୍ଣ୍ଣାଲା ଜିଲ୍ଲାର ତାପା ମଣ୍ଡିଠାରେ। ଏହି ଅଞ୍ଚଳରେ ବାସିନ୍ଦା ତରସେମ ଲାଲ ଏବଂ ତାଙ୍କ ପରିବାର ସହିତ ଏପରି ଏକ ଅଭାବନୀୟ ଘଟରା ଘଟିଛି।
ଘଟଣାଟି ଏପରି, କରୱା ଚୌଥ ଦିନ ତାପା ମଣ୍ଡିର ବାଗ କଲୋନୀ ନିବାସୀ ତରସେମ ଲାଲଙ୍କ ୫୯ ବର୍ଷୀୟା ପତ୍ନୀ ଆଶା ରାଣୀଙ୍କ ମୃତ୍ୟୁ ଘଟିଛି। କରୱା ଚୌଥ ଦିନ ଆଶା ରାଣୀ ତାଙ୍କ ସ୍ୱାମୀ ତରସେମଙ୍କ ପାଇଁ କରୱା ଚୌଥ୍ ବ୍ରତ ରଖିଥିଲେ। ସେହି ରାତିରେ, ସେ ତାଙ୍କ ସ୍ୱାମୀ ତରସେମ ଲାଲ ଏବଂ ନାତୁଣୀଙ୍କ ସହିତ କଲୋନିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯାଇଥିଲେ।
ଆଶା ରାଣୀ ତାଙ୍କ ବନ୍ଧୁମାନଙ୍କ ସହିତ ସଂଗୀତରେ ନାଚି ଏହି କାର୍ଯ୍ୟକ୍ରମ ପାଳନ କରୁଥିଲେ। ନାଚିବା ସମୟରେ ହଠାତ୍ ତାଙ୍କର ମୁଣ୍ଡ ବିନ୍ଧା ହୋଇଥିଲା, ଯାହା ଫଳରେ ତାଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଘଟଣା ବିଷୟରେ ଜାଣିବା ପରେ ତାଙ୍କ ସ୍ୱାମୀ ତାରସେମ ଲାଲ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ମୃତ ଆଶା ରାଣୀ ଜଣେ ସମାଜସେବୀ ଥିଲେ। ଯିଏ ସବୁବେଳେ ସାହାଯ୍ୟ ପାଇଁ ଠିଆ ହୋଇଥିଲେ। ଏହି ଘଟଣା ପରେ ତାଙ୍କ ପରିବାର ମର୍ମାହତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/13/untitled-14-2025-10-13-15-58-33.jpg)