‘ରାମଲୀଲା’ର ‘ନାଗଡ଼ା ସଙ୍ଗ୍ ଢୋଲ୍’ ଗୀତରେ ମନଖୋଲି ନାଚିଲେ ମହିଳା ଆଇଏଏସ୍; ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଏକ ମାଧ୍ୟମ ଯେଉଁଥିରେ ଲୋକମାନେ ନିଜର ଭାବନା ପ୍ରକାଶ କରିଥାନ୍ତି । ନିକଟରେ ଏକ ଭିଡିଓ ଭାଇରଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି  ଜଣେ ମହିଳା ଆଇଏଏସ୍ ଅଧିକାରୀ ବଲିଉଡର ଲୋକପ୍ରିୟ ଗୀତରେ ଅତି ସୁନ୍ଦର ନୃତ୍ୟ କରୁଛନ୍ତି । ବ୍ୟବହାରକରୀମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିବା ସହ ନିଜର ମତ ଦେଉଛନ୍ତି ।

ମହିଳା ଆଇଏଏସ୍ ଜଣକ ହେଉଛନ୍ତି ଦିବ୍ୟା ଏସ୍ ଆୟାର । ଭାଇରାଲ୍ ଭିଡିଓଟିରେ ଛାତ୍ରମାନଙ୍କ ସହ ମିଶି ମହିଳା ଆଇଏଏସ୍ ନାଚୁଥିବା ଦେଖିବାକୁ ମିଳୁଛି । ସୂଚନା ମୁତାବକ,  ଦିବ୍ୟା ଆୟାର ହେଉଛନ୍ତି କେରଳର ପଥନାମାଥିଟ୍ଟା  ଜିଲ୍ଲାର ଜିଲ୍ଲାପାଳ।

ଭିଡିଓରେ ଆଇଏଏସ୍ ଦିବ୍ୟା ରଣବୀର ସିଂ-ଦୀପିକା ପାଦୁକୋନ ଅଭିନୀତ ଚଳଚ୍ଚିତ୍ର ‘ଗୋଲିୟୋଁ କି ରାସଲୀଲା ରାମ-ଲୀଲା’ର ‘ନାଗଡ଼ା ସଙ୍ଗ ଢୋଲ’ ଗୀତରେ ଛାତ୍ରମାନଙ୍କ ସହ ମିଶି ନାଚୁଥିବାର ନଜର ଆସିଛନ୍ତି । କୁହାଯାଉଛି ଯେ, ଡିଏମ୍ ଆୟାର  ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଏମଜି ୟୁନିଭରସିଟି, କେରଳ)ର କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବିଷୟରେ ଜାଣିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ, ଯେଉଁଠାରେ ଏକ ଛାତ୍ର ଦଳ ଅଭ୍ୟାସ କରୁଥିଲେ । ସେଠାରେ ସେ ସେମାନଙ୍କ ସହ ମିଶି ନାଚିଥିଲେ।

ଏହି ଭିଡିଓ ଫେସବୁକରେ ଅଜିନ ପଥନାମାଥିଟ୍ଟା ନାମକ ଜଣେ ଉପଭୋକ୍ତା ସେୟାର କରିଛନ୍ତି । ଭିଡିଓ ସେୟାର କରିବାବେଳେ କ୍ୟାପସନରେ ଲେଖିଛନ୍ତି ଯେ, ଛାତ୍ରମାନଙ୍କ ସହିତ ଜିଲ୍ଲା କଲେକ୍ଟରଙ୍କ ନୃତ୍ୟ । ଏଥିସହିତ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଡିଏମ୍ ମ୍ୟାଡାମଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

https://www.facebook.com/100002911140689/videos/5094222280615985/

ସମ୍ବନ୍ଧିତ ଖବର