ମୁମ୍ବାଇ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼୍ସେକୁ ଧନ୍ୟବାଦ ଜଣାଇ ଟ୍ୱିଟ୍ କରିବା ପରେ ଜଣେ ମହିଳା ଆଇଏଏସ୍ ଅଧିକାରୀ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ବୃହତ ମୁମ୍ବାଇ ମହାନଗର ନିଗମର ଯୁଗ୍ମ କମିସନର ଭାବେ ଅବସ୍ଥାପିତ ନିଧି ଚୌଧରୀ ମେ’ ୧୭ରେ ଗାନ୍ଧୀଙ୍କ କେତେକ ଫଟୋ ପୋଷ୍ଟ କରିବା ସହିତ ଅପମାନସୂଚକ ମନ୍ତବ୍ୟ ରଖିଥିଲେ। ଏହାକୁ ନେଇ ଏନ୍ସିପି ତରଫରୁ ନିଧିଙ୍କ ନିଲମ୍ବନ ଦାବି କରାଯାଇଥିଲା। ଶିବସେନା ଏବଂ ବିଜେପି ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଇତିମଧ୍ୟରେ ନିଧି ତାଙ୍କର ବିବାଦୀୟ ପୋଷ୍ଟକୁ ହଟାଇ ଇନେଇଛନ୍ତି। ନିଧି କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ମତ ଥିଲା ଏବଂ ମହାତ୍ମାଙ୍କୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା।
ମହାତ୍ମାଙ୍କ ହତ୍ୟାକାରୀକୁ ଧନ୍ୟବାଦ ଦେଇ ବିବାଦରେ ମହିଳା ଆଇଏଏସ୍
/sambad/media/post_attachments/wp-content/uploads/2019/06/ias-nidhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)