ବିମାନ ବନ୍ଦରରେ ଚାଲୁଥିଲା ଚେକିଂ, ଅଭିନେତ୍ରୀଙ୍କ ବ୍ୟାଗ୍‌ରେ ପାଓ୍ଵାର ବ୍ୟାଙ୍କ ଥିବା ଦେଖି ବାହାର କରିବାକୁ କହିଲେ ସୁରକ୍ଷା କର୍ମୀ, ବାହାର କରିବା କ୍ଷଣି ଘଟିଲା କିଛି ଏପରି ଘଟଣା…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିବା ଘଟଣା ଏବେ ଦେଶ ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି । ଚେକିଂ ଚାଲିଥିବା ବେଳେ ମହିଳାଙ୍କ ବ୍ୟାଗ୍‌ ଭିତରେ ପାଓ୍ଵାର ବ୍ୟାଙ୍କ ଥିବା ଦେଖି ସୁରକ୍ଷା କର୍ମୀ ଏହାକୁ ଭିତରକୁ ନେଇ ପାରିବେ ନାହିଁ ବୋଲି କହିଥିଲେ । ଯାହାକୁ ଶୁଣିବା ପରେ ମହିଳା ଜଣଙ୍କ ନିଜ ବ୍ୟାଗ୍‌ରୁ ପାଓ୍ଵାର ବ୍ୟାଙ୍କକୁ କାଢ଼ି ଫିଙ୍ଗି ଦେଇଥିଲେ ।

Livemint

ଫିଙ୍ଗିବା କ୍ଷଣି ହଠାତ୍‌ ବିସ୍ଫୋରଣର ଶବ୍ଦ ହୋଇଥିଲା । ଏହି ଶବ୍ଦ ଶୁଣି ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ତଦନ୍ତ ପରେ ପାଓ୍ଵାର ବ୍ୟାଙ୍କଟି ବିସ୍ଫୋରଣ ହୋଇଥିବା ଜଣା ପଡ଼ିଥିଲା । ଯାହା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ଜାମିନ ମିଳିଥିବା ଜଣା ପଡ଼ିଛି । ମହିଳା ଜଣଙ୍କ ଜଣେ ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କ ପରିଚୟକୁ ଗୋପନ ରଖାଯାଇଛି । ତେବେ ପାଓ୍ଵାର ବ୍ୟାଙ୍କଟି ଫାଟିବା ପଛର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ସମ୍ବନ୍ଧିତ ଖବର