ବିଜେପି ସାଂସଦଙ୍କ ବିବାଦୀୟ ବୟାନ୍‌ : ଫିଲ୍ମ ନିର୍ମାତାଙ୍କ ପରିବାରର ମହିଳାମାନେ ପ୍ରତିଦିନ ସ୍ୱାମୀ ବଦଳାନ୍ତି

ନୂଆଦିଲ୍ଲୀ: ଫିଲ୍ମ ପଦ୍ମାବତୀ ଏବେ ପୁଣି ବିବାଦରେ ଛନ୍ଦି ହୋଇ ପଡ଼ିଛି । ବିଜେପିର ସାଂସଦ ଚିନ୍ତାମଣି ମାଲବୀୟ ଫିଲ୍ମ ପଦ୍ମ୍ମାବତୀକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ସେ କହିଛନ୍ତି ଫିଲ୍ମ ନିର୍ମାତାଙ୍କ ପରିବାରର ମହିଳାମାନେ ପ୍ରତିଦିନ ସ୍ୱାମୀ ବଦଳାନ୍ତି, ନିଜର ସମ୍ମାନକୁ କେମିତି ବଞ୍ଚାଇ ରଖିବାକୁ ହୁଏ ତାହା ସେମାନଙ୍କୁ ଜଣା ନଥାଏ । ସେଥିପାଇଁ ସେମାନେ ଫିଲ୍ମରେ କ’ଣ ଦେଖାଉଛନ୍ତି ଜାଣି ପାରୁ ନହାନ୍ତି । ଗୋଟେ ନାରୀ ପାଇଁ ତା’ର ସମ୍ମାନ କେତେ ବଡ଼ ତାହା ସେମାନେ ଜାଣି ପାରୁନାହାନ୍ତି । ସେ ଏଭଳି ମନ୍ତବ୍ୟ ଫିଲ୍ମ ନିର୍ମାତାଙ୍କ ସଂଜୟ ଲୀଲା ଭଂସାଲୀଙ୍କୁ ଆକ୍ଷପ କରି ଦେଇଛନ୍ତି। ଫିଲ୍ମ ପଦ୍ମାବତୀରେ ଥିବା ପଦ୍ମିନୀର ଚରିତ୍ରକୁ ଭୁଲ ଭାବେ ଦର୍ଶାଯାଇଛି ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଫିଲ୍ମରେ ଥିବା କାହାଣୀ ସତ କାହାଣୀ ଠାରୁ ସଂପୁର୍ଣ୍ଣ ଭିନ୍ନ ।

“ଇତିହାସ ଅନୁଯାୟୀ ରାଣୀ ପଦ୍ମିନୀ ମୋଗଲ୍‌ ଶାସକ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜିଙ୍କ ଠାରୁ ନିଜର ଇଜ୍ଜତ୍‌ ବଞ୍ଚାଇବାକୁ ଯାଇ ନିଜ ଦେହରେ ନିଅାଁ ଲଗାଇ ଦେଇଥିଲେ । କିନ୍ତୁ ଫିଲ୍ମରେ ଥିବା କାହାଣୀ ଏହାଠାରୁ ସମ୍ପୁର୍ଣ୍ଣ ଭିନ୍ନ । ଫିଲ୍ମରେ ରାଣୀ ପଦ୍ମିନୀ ମୋଗଲ୍‌ ସମ୍ରାଟ୍‌ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି । ଯାହାକି ମାଲବିୟଙ୍କୁ ବାଧିବା ସହିତ ହିନ୍ଦୁ ସମାଜକୁ ଆଘାତ ଦେଇଛି । ଏ ଦେଶ କେବେ ହେଲେ ରାଣୀ ପଦ୍ମିନୀଙ୍କ ଅପମାନକୁ ସହ୍ୟ କରିବ ନାହିଁ ବୋଲି ମାଲବିୟ ନିଜ ଫେସ୍‌ବୁକରେ ପୋଷ୍ଟ କରିଛନ୍ତି । ସଂଜୟ ଲୀଲା ଭଂସାଲୀ ଇତିହାସକୁ ଭିନ୍ନ ରୁପରେ ପ୍ରଦର୍ଶିତ କରିଛନ୍ତି ଯାହାକି ଭୁଲ ହେବା ସହିତ ନିନ୍ଦନୀୟ ମଧ୍ୟ” ବୋଲି ସେ ଲେଖିଛନ୍ତିା

Amar Ujala

ସାଂସଦ ମାଲବୀୟ କହିଛନ୍ତି “ ରାଣୀ ପଦ୍ମାବତୀ ଦେଶର ସମ୍ମାନ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଭାରତର ସବୁ ନାରୀଙ୍କ ପାଇଁ ରାଣୀ ପଦ୍ମିନୀ ଥିଲେ ଆଦର୍ଶ । ଦେଶର ସମ୍ମାନ ପାଇଁ ସେ ନିଅାଁକୁ ଡ଼େଇଁ ଅତ୍ମଦାହ କରିଥିଲେ । ତାଙ୍କୁ ଏଭଳି ଭୁଲ ଭାବେ ପ୍ରର୍ଦଶିତ କରି ସଂଜୟ ଲୀଲା ଭଂସାଲୀ ଠିକ୍‌ କରି ନାହାନ୍ତି ଉତ୍ସର୍ଗ ଶବ୍ଦକୁ ଫିଲ୍ମ ନିର୍ମାତାଙ୍କ ପରିବାର କେବେ ବି ବୁଝି ପାରିବେନି କାରଣ ଫିଲ୍ମ ନିର୍ମାତାଙ୍କ ପରିବାରର ମହିଳା ମାନେ ପ୍ରତିଦିନ ସ୍ୱାମୀ ବଦଳାନ୍ତି। ”

ସମ୍ବନ୍ଧିତ ଖବର