ଫେରିଗଲେ ଯବାନ, ସାଥିରେ ନେଇଗଲେ ଭଉଣୀର ସନ୍ତକ

ନାଗପୁର: କୁହାଯାଏ ଭାଇ-ଭଉଣୀର ସମ୍ପର୍କର ସନ୍ତକ ଭାବେ ରାକ୍ଷୀର ଗୁରୁତ୍ୱ ଥାଏ | ଭଉଣୀର ସୁରକ୍ଷା ପାଇଁ ଭାଇଟିଏ ନିଜ ଜୀବନର ବାଜି ମଧ୍ୟ ଲଗାଇଦେଇଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ କହିବୁ ଯେଉଁମାନେ କି ରକ୍ତ ସମ୍ପର୍କରେ ଭାଇ ଭଉଣୀ ନୁହନ୍ତି କିନ୍ତୁ ଏହିମାନଙ୍କ ଲାଗି ଆଜି ଅନେକଙ୍କ ଜୀବନ ବଞ୍ଚିଯାଇପାରିଛି | ମହାରାଷ୍ଟ୍ରରେ ବନ୍ୟାରେ ଫସିଥିବା ବିପନ୍ନଙ୍କୁ ଉଦ୍ଧାର କରିବାରେ ସେନାର ଯବାନମାନେ ମୁତୟନ ହୋଇଥିଲେ |

ନିଜ ଜୀବନକୁ ବାଜି ଲଗାଇ ଅନେକ ବନ୍ୟା ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ | ଧିରେ ଧିରେ ସ୍ଥିତି ସୁଧୁରିବାରୁ ଏହି ଯବାନମାନଙ୍କୁ ଫେରିବାକୁ କୁହାଯାଇଥିଲା | ଯାହାପରେ ଯବାନମାନେ ନିଜ ବାଟାଲିୟନ ସହ ଫେରିବାକୁ ବସିଥିଲେ | ହେଲେ ଯେଉଁମାନଙ୍କ ଜୀବନ ବଞ୍ଚାଇଥିଲେ ସେମାନେ ଭୁଲିବେ ବା କେମିତି |

 

ଯବାନମାନଙ୍କ ହାତରେ ସାଙ୍ଗଲି ଅଂଚଳର ମହିଳାମାନେ ରାକ୍ଷୀ ବାନ୍ଧି ଦେଇଥିଲେ | ଏହାପରେ ଯବାନ ଭାଇମାନଙ୍କୁ ବିଦାୟ ଦେଇଥିଲେ | ବନ୍ୟା ପାଣିରେ ଜୀବନ-ମୃତ୍ୟୁର ସଂଘର୍ଷ କରୁଥିବାବେଳେ ଏହି ଭାଇମାନେ ସେମାନଙ୍କୁ ବଂଚାଇଥିବାରୁ ଏଠାକାର ମହିଳାମାନେ ଯବାନମାନଙ୍କ ଅବଦାନକୁ ଭୁଲିପାରିନଥିଲେ |

ସମ୍ବନ୍ଧିତ ଖବର