କର୍‌ଓ୍ଵା ଚୌଥ୍‌ ଦିନ ସ୍ୱାମୀଙ୍କୁ ଭେଟି ପାରିବେ ହିମାଚଳ ଜେଲ୍‌ରେ ଥିବା ମହିଳା କଏଦୀ

ଶିମଲା: ପ୍ରଥମ ଥର ଲାଗି ହିମାଚଳ ପ୍ରଦେଶର ଜେଲ୍‌ ବିଭାଗ ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା ମହିଳା କଏଦୀଙ୍କୁ କର୍‌ଓ୍ଵା ଚୌଥ୍‌ ଦିନ ସେମାନଙ୍କ ସ୍ୱାମୀଙ୍କୁ ଭେଟିବାକୁ ଅନୁମତି ଦେଇଛି।

କର୍‌ଓ୍ଵା ଚୌଥ୍‌ ପ୍ରଥା ଅନୁସାରେ ବିବାହିତା ମହିଳା ବା ବିବାହ ଯୋଗ୍ୟା ହୋଇଥିବା ଯୁବତୀମାନେ ସେମାନଙ୍କ ସ୍ୱାମୀ କିଂବା ପସନ୍ଦର ସ୍ୱାମୀଙ୍କ ସୁରକ୍ଷା ଓ ଦୀର୍ଘାୟୁ କାମନା କରି ପ୍ରାର୍ଥନା କରିନ୍ତି।

ଜେଲ୍‌ ବିଭାଗର ପୁଲିସ ଡିଜି କହିଛନ୍ତି: କର୍‌ଓ୍ଵା ଚୌଥ୍‌ର ଦିବସବ୍ୟାପୀ ରଖାଯାଇଥିବା ଉପବାସ ବ୍ରତ ଶେଷ ହେବା ପରେ ମହିଳା କଏଦୀମାନଙ୍କୁ ସ୍ୱତନ୍ତ୍ର ଖାଦ୍ୟ ପରିବେଷଣ କରାଯିବ। ଭିଡିଓ କନ୍‌ଫରେନ୍‌ସ୍‌ ଯୋଗେ ସେମାନେ ସେମାନଙ୍କ ସ୍ୱାମୀମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରି ପାରିବେ।
ଦୁଇଟି ସେଣ୍ଟ୍ରାଲ୍‌ ଜେଲ୍‌, ୧୦ଟି ଡିଷ୍ଟ୍ରିକ୍ଟ୍‌ ଜେଲ୍‌, ଗୋଟିଏ ଓପେନ୍‌ ଏୟାର୍‌ ଜେଲ୍‌, ପିଲାମାନଙ୍କ ପାଇଁ ଗୋଟିଏ ବୋର୍ଷ୍ଟାଲ୍‌ ଜେଲ୍‌ ଏବଂ ତିନିଟି ସବ୍‌ ଜେଲ୍‌ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୭ଟି ଜେଲ୍‌ ରହିଛି। ଏହି ସବୁ ଜେଲ୍‌ଗୁଡ଼ିକରେ ଥିବା ସମୁଦାୟ ୨୪୦୦ କଏଦୀଙ୍କ ମଧ୍ୟରୁ ୯୯ ଜଣ ହେଉଛନ୍ତି ମହିଳା।

ସନ୍ଧ୍ୟାରେ ବ୍ରତ ଉଝେଇଁବା ସମୟରେ ଜହ୍ନ ଦେଖିବାକୁ ମହିଳା କଏଦୀମାନଙ୍କୁ ବାରାକ୍‌ ବାହାରକୁ ଯିବା ନିମନ୍ତେ ଅନୁମତି ଦେବାକୁ ଜେଲ୍‌ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଗୋଏଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର