ରୋଡ୍‌ ସୋ’ ସମୟରେ ହଠାତ୍‌ ଗାଡ଼ି ଉପରକୁ ଉଠି ସନ୍ନି ଦେଓଲଙ୍କୁ ଚୁମ୍ବନ ଦେଲେ ମହିଳା

ଚଣ୍ଡିଗଡ଼ା : ଆଗକୁ ଲୋକସଭା ନିର୍ବାଚନର ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ମତଦାନ ଥିବା ବେଳେ ବିଭିନ୍ନ ଦଳମାନେ ରାଲି, ରୋଡ୍‌ ସୋ’ ଏବଂ ଜନସଭାର ଆୟୋଜନ କରି ପ୍ରଚାରକୁ ଜୋରସୋର କରିଛନ୍ତି । ତେବେ ଏଇ କିଛି ଦିନ ମଧ୍ୟରେ ନେତାମାନଙ୍କୁ ଚପଲ ଫିଙ୍ଗାଯିବା ସହ ଚାପୁଡ଼ା ମରାଯାଉଥିବାର ଦେଖା ଯାଉଥିବା ବେଳେ ଅଭିନେତା ତଥା ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ସନ୍ନି ଦେଓଲଙ୍କୁ ଚୁମ୍ବନ ମିଳୁଥିବା ଦେଖା ଯାଇଛି । ଏକ ରୋଡ୍‌ ସୋ’ରେ ଜଣେ ମହିଳା ସନ୍ନିଙ୍କ ପ୍ରଚାର ଗାଡ଼ି ଉପରକୁ ଚଢ଼ି ତାଙ୍କୁ ଚୁମ୍ବନ ଦେଉଥିବାର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି । ବୁଧବାର ସେ ବଟାଲାରେ ରୋଡ୍‌ ସୋ’ କରୁଥିବା ସମୟରେ ଏହି ଘଟଣା ଘଟିଥିଲା ।


Oneindia Hindi

ଭାଇରାଲ ଭିଡିଓରେ, ହଠାତ୍‌ ମହିଳା ସନ୍ନିଙ୍କ ଗାଡ଼ିକୁ ଚଢ଼ିଯିବା ପରେ ସେ ସନ୍ନିଙ୍କ ସହ ଫଟୋ ଉଠାଇବା ପାଇଁ ଏପରି କରିଥିବା ଭାବିଥିଲେ ଲୋକେ । କିନ୍ତୁ ପରେ ସେ ସନ୍ନିଙ୍କ ସହ ହାତ ମିଳାଇ ତାଙ୍କୁ ଚୁମ୍ବନ ଦେଇଥିଲେ । ଏପରି ଘଟିବ ବୋଲି କଳ୍ପନା ବି କରି ନଥିଲେ ସନ୍ନି । ଆଲିଙ୍ଗନ କରି ଚୁମ୍ବନ ଦେବା ପରେ ମହିଳାଜଣଙ୍କ ତଳକୁ ଓହ୍ଲାଇ ଆସିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର