ନୂଆଦିଲ୍ଲୀ: ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ଦିନ ଧରି ଯୁଦ୍ଧ ଚାଲୁଥିବାବେଳେ ଋଷର ସୈନିକମାନେ ଧୀରେ ଧୀରେ ଆଗକୁ ବଢୁଛନ୍ତି ଏବଂ ଦଖଲ କରୁଛନ୍ତି | ଅନ୍ୟ ପଟେ ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନଥିବାବେଳେ ଏହାର ରାଷ୍ଟ୍ରପତି କହିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ଲଢେଇ କରାଯିବ | ଏହି ସମୟରେ ୟୁକ୍ରେନର ସାଂସଦ କିରା ରୁଦିକ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଟୁଇଟ୍ କରି ଲେଖିଛନ୍ତି ଯେ ୟୁକ୍ରେନର ପ୍ରତ୍ୟେକ ପୁରୁଷ ଏବଂ ମହିଳା ଋଷର ଅତ୍ୟାଚାରୀଙ୍କ ସାମ୍ନାରେ ଅସ୍ତ୍ର ଉଠାଇବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କର ଫଟୋ ବର୍ତ୍ତମାନ ସାରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି | ଫେବୃଆରୀ ୨୫ରେ ପୋଷ୍ଟ ହୋଇଥିବା ଫଟୋରେ ରୁଦିକ ଏକ କାଲାଶନିକୋଭ ରାଇଫଲ ଧରିଥିବାର ଦେଖିବାକୁ ମିଳିଛି | ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଯୁଦ୍ଧ ଆରମ୍ଭ କରିନାହୁଁ, ଆମେ ଏକ ଶାନ୍ତିପୂର୍ଣ୍ଣ ଦେଶ।
I learn to use #Kalashnikov and prepare to bear arms. It sounds surreal as just a few days ago it would never come to my mind. Our #women will protect our soil the same way as our #men. Go #Ukraine! 🇺🇦 pic.twitter.com/UbF4JRGlcy
— Kira Rudik (@kiraincongress) February 25, 2022
ସେମାନେ(ଋଷ ସୈନିକ) ଆମ ଦେଶ ଉପରେ ଆକ୍ରମଣ କରୁଥିବାରୁ ମୋ ପରି ଯେଉଁମାନେ କେବେ ବି ବନ୍ଧୁକ ଧରିନଥାନ୍ତେ ସେମାନେ ବାଧ୍ୟ ହୋଇ ଅସ୍ତ୍ରଶସ୍ତ୍ର ଉଠାଉଛନ୍ତି | ଆମ ଦେଶର ସୁରକ୍ଷା ପାଇଁ ବନ୍ଧୁକ ଉଠାଇବାକୁ ବାଧ୍ୟ ହେଉଛୁ |