କାନପୁର: ଓଡିଶାକୁ ଛୁଇଁଛି ମୌସୁମୀ ଯାହାର ପ୍ରଭାବରେ ବର୍ଷା ହେଉଛି | କିନ୍ତୁ ଉତ୍ତରପ୍ରଦେଶରେ ଏବେ ବି ପ୍ରବଳ ଗରମ ଅନୁଭୂତ ହେଉଛି | ପାଣି ଟିକେ ପାଇବା ପାଇଁ ଲୋକ ଡହଳବିକଳ ହେଉଛନ୍ତି | କିଭଳି ଆସିବ ବର୍ଷା, କେବେ ଭିଜିବ ମାଟି ସେଥିପାଇଁ ଏବେ ଭଗବାନଙ୍କୁ ଡାକୁଛନ୍ତି ସ୍ଥାନୀୟ ଲୋକ | କାନପୁରର ଗୋପାଳପୁର ଗାଁରେ ବର୍ଷା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି |
/sambad/media/post_attachments/wp-content/uploads/2019/06/D9zQU9xWkAAGjcm-300x169.jpg)
ଏଠାକାର ମହିଳାମାନେ ଲଙ୍ଗଳ ଧରି ଜମିରେ ଚାଷ କରୁଛନ୍ତି | ବିଶ୍ୱାସ ରହିଛି ଇନ୍ଦ୍ରଦେବ ଏହା ଦ୍ୱାରା ଖୁସି ହେବେ ଓ ବର୍ଷା କରାଇବେ | ମହିଳାମାନେ କହିଛନ୍ତି ଯେ ରାଜା ଜନକଙ୍କ ସମୟରୁ ଏହି ପ୍ରଥା ଚାଲିଆସୁଛି | ଯଦି ଆମେ ଇନ୍ଦ୍ରଦେବଙ୍କୁ ହଳ କରି ଖୁସି କରିପାରିବୁ ତେବେ ବର୍ଷା ହେବ | ସେହିପରି ତାମିଲନାଡୁରେ ବି ବର୍ଷା ପାଇଁ ନମାଜ ପାଠ କରାଯାଇଛି |
/sambad/media/post_attachments/wp-content/uploads/2019/06/D9zsA3kXUAcMjbD-300x225.jpg)
ତାମିଲନାଡୁରେ ବିନା ପରିସ୍ଥିତିରେ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବାବେଳେ ମଦୁରାଇରେ ମୁସଲମାନ ସମ୍ପ୍ରଦାୟର ଲୋକମନେ ନମାଜ ପଢ଼ିଛନ୍ତି | କିଛି ଲୋକ ବର୍ଷା କିଭଳି ହେବ ସେଥିପାଇଁ ଉପବାସ ମଧ୍ୟ ରଖିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/D9zQb2NXYAEl4bx.jpg)