ଚେନ୍ନାଇ: ଡିଜି ରାଙ୍କର ଜଣେ ଅଫିସରଙ୍କ ବିରୋଧରେ ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ଆଇପିଏସ ଅଧିକାରୀ | ତାମିଲନାଡୁର ଜଣେ ମହିଳା ଆଇପିଏସ ଅଧିକାରୀ ଆଇନ ଓ ବ୍ୟବସ୍ଥାର ସ୍ୱତନ୍ତ୍ର ପୁଲିସ ଡିଜି ରାଜେଶ ଦାସଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି | ଆଉ ଏହାକୁ ତଦନ୍ତ କରିବା ପାଇଁ ତାମିଲନାଡୁ ଗୃହ ବିଭାଗ ପକ୍ଷରୁ ୬ ଜଣିଆ କମିଟି ଗଠନ କରାଯାଇଛି | ଗୃହ ବିଭାଗର ସଚିବ ଏସ.କେ ପ୍ରଭାକର କହିଛନ୍ତି ଯେ ମହିଳା ଯୌନ ଉତ୍ପୀଡ଼ନ ଆଇନ-୨୦୧୩ ଅନୁଯାୟୀ କମିଟି ଗଠନ କରାଯାଇଛି |
ତାମିଲନାଡୁ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମହିଳା ଆଇପିଏସ ଅଧିକାରୀ ରାଜେଶ ଦାସଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ | ତେବେ ଏହି ଘଟଣାକୁ ନେଇ ତାମିଲନାଡୁରେ ରାଜନୀତି ଜୋର ଧରିଛି | ତାମିଲନାଡୁର ବିରୋଧୀ ଦଳ ଡ଼ିଏମକେ ପକ୍ଷରୁ କୁହାଯାଇଛି ଯେ ଏଆଇଡିଏମକେ ଶାସନ ସମୟରେ ଜଣେ ରକ୍ଷକଙ୍କୁ ବି ସୁରକ୍ଷା ଦେବାର ଆବଶ୍ୟକତା ରହିଛି | ଯେବେ ଜଣେ ମହିଳା ଆଇପିଏସ ଅଧିକାରୀ ନିଜର ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି ସେତେବେଳେ ମହିଳାଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆଉ କଣ ଆଶା କରିପାରିବା |
ତେବେ ଅଭିଯୋଗ ଆସିବା ପରେ ପୁଲିସ ମହାନିର୍ଦ୍ଦେଶକ ରାଜେଶ ଦାସଙ୍କୁ ବଦଳି କରାଯାଇଛି | ଏହା ସହ ଡିଜିପି ରାଙ୍କକୁ ସାମୟିକ ସମୟ ପାଇଁ ଫେରାଇନିଆଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/DGP-Rajesh-Das_YouTube_Nakkheeran-TV_Screenshot_240221_1200.jpg)