ଗାନ୍ଧିନଗର: ମହିଳାଙ୍କ ହାତରେ ରହିବ ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ବ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନିଆ ଗୁଜୁରାଟ ଗସ୍ତରେ ଥିବା ବେଳେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସେ ଲକ୍ଷପତି ଦିଦି ସମାରୋହରେ ଯୋଗଦେବେ । ଆଉ ମହିଳାଙ୍କ ପାଇଁ କିଛି ବଡ ଘୋଷଣା କରିବାର ଯୋଜନା ରହିଛି । ମୋଦୀଙ୍କ ଗସ୍ତ ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାର ଆଜି ସମ୍ପୂର୍ଣ୍ଣ ଦାୟିତ୍ବ ମହିଳା ପୋଲିସଙ୍କ ହାତରେ ରହିବ । ପ୍ରଧାନମନ୍ତ୍ରୀ ହେଲିପ୍ୟାଡରେ ପହଞ୍ଚିବା ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମସ୍ଥଳ ଯାଏଁ ସବୁ ସୁରକ୍ଷା ବ୍ୟବସ୍ଥାକୁ ମହିଳା ମାନେ ହିଁ ପରିଚାଳନା କରିବେ । ଆଜି ବିଶ୍ବ ମହିଳା ଦିବସ ଥିବାରୁ ଏପରି ଏକ ନିଆରା ପଦକ୍ଷେପ ନେଇ ମହିଳାଙ୍କୁ ସମ୍ମାନ ଦେଇଛି ଗୁଜୁରାଟ ପୋଲିସ ।
#WATCH | Gujarat: Women police officials take charge of the security arrangements of the Lakhpati Didi Program in Navsari, where PM Modi will participate today. pic.twitter.com/CRX6MrJDMk
— ANI (@ANI) March 8, 2025
ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ମହିଳାମାନେ ରହିବା ଏହା ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି । ଯାହା ମହିଳାମାନଙ୍କୁ ମହିଳା ଦିବସରେ ଶ୍ରେଷ୍ଠ ସମ୍ମାନ । ସେପଟେ ନଭସରି ବଂଶୀବୋର୍ସିରେ ହେବାକୁ ଥିବା ଲକ୍ଷପତି ଦିଦି ସମ୍ମିଳନୀରେ ମୋଦୀ ସାମିଲ ହେବାକୁ ଥିବା ବେଳେ ସବୁ ବ୍ୟବସ୍ଥା ସରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/08/ScPMyUJW3gKLy7OZtQip.jpg)