‘ମୋତେ ବି ମିଳୁ ସ୍ତ୍ରୀ ମାନ୍ୟତା ନଚେତ ବାହା ହୋଇପାରିବନି ଦିଅର’

ବେଗୁସରାଇ: ସ୍ୱାମୀଙ୍କୁ ପର କରି ଦିଅର ସହ ରଖିଲେ ସମ୍ପର୍କ | ଆଉ ଦିଅରର ବାହାଘର ଜାଣିବା ପରେ ଏବେ ନିଜ ଶାଶୂଘର ସାମ୍ନାରେ ଧାରଣାରେ ବସିଛନ୍ତି ମହିଳା | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବିହାରର ବେଗୁସରାଇରେ ଏଭଳି ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ବେଗୁସରାଇର ବରଦା ଗ୍ରାମରେ ଏହି ଘଟଣା ଘଟିଛି। ଗୁରୁବାର ସନ୍ଧ୍ୟା ଠାରୁ ମହିଳାଜଣକ ତାଙ୍କ ଶାଶୂଘର ସାମ୍ନାରେ ଧାରଣାରେ ବସିଛନ୍ତି। ମହିଳା ଜଣକ କହିଛନ୍ତି ଯେ ଚାରି ବର୍ଷ ପୂର୍ବେ ସେ ସନ୍ତୋଷ କୁମାରଙ୍କୁ ବିବାହ କରିଥିଲେ | କିନ୍ତୁ, ସେ ସନ୍ତୋଷ କୁମାରଙ୍କୁ ପସନ୍ଦ କରୁନଥିଲେ। ଏହି ସମୟ ମଧ୍ୟରେ ମହିଳାଙ୍କର ତାଙ୍କ ଦିଅର ହ୍ରିତିକଙ୍କ ସହ ସମ୍ପର୍କ ବଢ଼ିବାରେ ଲାଗିଥିଲା |

ସେ ଆନୁଷ୍ଠାନିକ ଭାବରେ ସ୍ୱାମୀଙ୍କଠାରୁ ଅଲଗା ହେବା ମାତ୍ରେ ସେ ତାଙ୍କ ଦିଅରଙ୍କ ସହ ରହିଆସୁଥିଲେ | ଜୁଲାଇ ୨୦, ୨୦୨୨ରେ ଉଭୟ କୋର୍ଟରେ ମଧ୍ୟ ବିବାହ କରିଥିଲେ । ତେବେ କିଛିଦିନ ତଳେ ଦିଅର ହ୍ରିତିକ ତାଙ୍କୁ ନ ଜଣାଇ ପଳାଇଆସିଥିଲେ | ଆଉ ଏବେ ହ୍ରିତିକଙ୍କର ଅନ୍ୟତ୍ର ବିବାହ ହେଉଥିବାର ଜାଣି ମହିଳାଜଣକ ଧାରଣାରେ ବସିଛନ୍ତି | ସେ କହିଛନ୍ତି ଯେ ଯେହେତୁ ହ୍ରିତିକ ତାଙ୍କୁ ଗର୍ଭବତୀ କରାଇଥିଲେ, ତେଣୁ ପତ୍ନୀର ମାନ୍ୟତା ଦେବାକୁ ବାଧ୍ୟ | ଦିଅରଙ୍କର କୌଣସି ପରିସ୍ଥିତିରେ ବି ବିବାହ ହେବାକୁ ଦେବେ ନାହିଁ ବୋଲି ମହିଳାଜଣକ ରୋକଠୋକ କହିଛନ୍ତି |

ସମ୍ବନ୍ଧିତ ଖବର