ପାଟନା: ଇ-ଶ୍ରମ କାର୍ଡ ପାଇଁ ଦେବାକୁ ପଡିଛି ୧୦୦ ଟଙ୍କା | ଆଉ ଏହା ଶୁଣି ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ରାମେଶ୍ୱର ତେଲି | ସୂଚନା ମୁତାବକ ଶନିବାର ଦିନ ପାଟନାର ଦଶରଥ ମାଂଝୀ ଇନଷ୍ଟିଚ୍ୟୁଟ୍ ଅଫ୍ ଲେବର ଆଣ୍ଡ ପ୍ଲାନିଂ ଷ୍ଟଡିଜ୍ଠାରେ ଆୟୋଜିତ ଇ-ଶ୍ରମ କାର୍ଡ ପଞ୍ଜୀକରଣ ଏବଂ ବିତରଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ଶ୍ରମ ଓ ରୋଜଗାର ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି ପହଞ୍ଚିଥିଲେ । କେନ୍ଦ୍ର ମନ୍ତ୍ରୀ ବିହାରର ଶ୍ରମିକମାନଙ୍କୁ ଇ-କାର୍ଡ ବଣ୍ଟନ କରୁଥିଲେ।
ଏହି ସମୟରେ କିରଣ ଦେବୀ ନାମକ ଜଣେ ମହିଳା ଶ୍ରମିକଙ୍କ ନାମ ଘୋଷଣା ହେବା ପରେ ସେ କାର୍ଡ ଆଣିବା ପାଇଁ ମଞ୍ଚକୁ ଯାଇଥିଲେ | ଆଉ କେନ୍ଦ୍ର ମନ୍ତ୍ରୀ କିରଣ ଦେବୀଙ୍କୁ ଏକ ଇ-ଶ୍ରମ କାର୍ଡ ଦେଇ ପଚାରିଥିଲେ ଯେ ଏହି କାର୍ଡ ମାଗଣାରେ ତିଆରି ହୋଇଛି, ତ? ଏହା ପରେ କିରଣ ଦେବୀ କହିଥିଲେ ଯେ ଇ-ଶ୍ରମ କାର୍ଡ ତିଆରି କରିବା ପାଇଁ ତାଙ୍କୁ ୧୦୦ ଟଙ୍କା ଲାଞ୍ଚ ଦେବାକୁ ପଡିଛି । ଏହା ଶୁଣି ରାମେଶ୍ୱର ତେଲି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
#WATCH | Bihar: "I paid money at a cyber cafe for E-Shram Card," labourer Kiran Devi told Union MoS for Labour & Employment Rameshwar Teli during an event where the minister was distributing the cards to beneficiaries
The labourer later said that she paid Rs 100 for the card. pic.twitter.com/ANVtY75P09
— ANI (@ANI) October 31, 2021
ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ନେତା ଏବଂ ଅଧିକାରୀମାନେ ମଧ୍ୟ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେନ୍ଦ୍ର ମନ୍ତ୍ରୀ ରାମେଶ୍ୱର ତେଲି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉ କି ଶ୍ରମିକମାନଙ୍କୁ ଟଙ୍କା ଦେବା ଏବଂ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଇ-ଶ୍ରମ କାର୍ଡ ତିଆରି କରିବାକୁ ସରକାର ଟଙ୍କାଟିଏ ବି ନେଉନାହାଁନ୍ତି। ଏହା ସମ୍ପୂର୍ଣ୍ଣ ମାଗଣା | ଏଭଳି ପରିସ୍ଥିତିରେ କିରଣ ଦେବୀଙ୍କ ଖୁଲାସା ପରେ ଚର୍ଚ୍ଚା ଜୋର ଧରିଛି |