ମେଟ୍ରୋ ଟ୍ରେନରେ ମହିଳାଙ୍କ ଶାଢ଼ି ଫସିଲା

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଟ୍ରେନରୁ ଓହ୍ଲାଉଥିବା ବେଳେ ଜଣେ ମହିଳାଙ୍କ ଶାଢ଼ି କବାଟରେ ଲାଗିଯିବାରୁ ସେ ପ୍ଲାଟଫର୍ମରେ କିଛି ଦୂର ଘୋଷାଡ଼ି ହୋଇ ଆହତ ହୋଇଛନ୍ତି। ଶାସ୍ତ୍ରୀନଗର ବାସିନ୍ଦା ଗୀତା ବ୍ଲୁ ଲାଇନ୍‌ ମେଟ୍ରୋ ଟ୍ରେନରେ ତାଙ୍କ ଝିଅ ସହ ନାୱାଦ ଠାରୁ ମୋତି ନଗର ଯାଉଥିଲେ। ମହିଳା ଜଣକ ମୋତିନଗର ଠାରେ ଓହ୍ଲାଉଥିବା ବେଳେ ତାଙ୍କ ଶାଢ଼ି କବାଟରେ ଫସିଯାଇଥିଲା I ଫଳରେ ପ୍ଲାଟଫର୍ମରେ କିଛି ଦୂର ଘୋଷାଡ଼ି ହୋଇଥିଲେ। ଟ୍ରେନରେ ଯାଉଥିବା ଅନ୍ୟଜଣେ ଯାତ୍ରୀ ଅାପାତକାଳୀନ ବଟନ ଦାବି ଟ୍ରେନ୍ ଚାଳକଙ୍କୁ ସୂଚନା ଦେବା ପରେ ଗାଡି ଅଟକିଥିଲା। ଆହତ ଗୀତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର