ନୂଆଦିଲ୍ଲୀ: ହ୍ଵାଟ୍ସଆପ, ଫେସବୁକ ଓ ସ୍ନାପଚାଟ ଜମାନାରେ ଆଜିକାଲିର ଯୁବପିଢ଼ି ହୁଏତ ଚିଠିର ମୂଲ୍ୟ କଣ ବୁଝୁନଥିବେ | ଦିନକୁ ଦିନ ଟେକ୍ନୋଲୋଜି ବଢିବା ସାଙ୍ଗକୁ ଚିଠିର ବ୍ୟବହାର ମଧ୍ୟ ବହୁତ କମିଗଲାଣି | କିଛି ଇମୋଜୀ ଓ ମେସେଜ ମାଧ୍ୟମରେ ଆଜିକାଲିର ଯୁବପିଢ଼ି ପରସ୍ପରକୁ ପ୍ରେମ ନିବେଦନ କରୁଛନ୍ତି | କିନ୍ତୁ ଦିନେ ଏମିତି ଏକ ସମୟ ଥିଲା ଯେତେବେଳେ ଚିଠିର ଚାହିଦା କାହିଁ କେତେ ଅଧିକ ଥିଲା | ଆଉ ଚିଠି ଯଦି ପ୍ରେମିକ/ପ୍ରେମିକା ପାଖରୁ ଆସୁଥିଲା, ତେବେ ତ କଥା ସରିଲା | କାରଣ ଏହି ଚିଠିକୁ ଅନେକ ଲୋକ ବହୁତ ଦିନ ଧରି ସାଇତି ରଖୁଥିଲେ | ଚିଠି ସହ ଆସିଥିବା ଗୋଲାପ ପାଖୁଡା ଶୁଖିଯାଇଥିଲେ ବି ବେଶ ଯତ୍ନର ସହ ଚିଠି ସାଇତି ରଖୁଥିଲେ | ତେବେ ଆପଣ କହିବେ ଆଜି ଆମେ ଆପଣଙ୍କୁ ହଠାତ କାହିଁକି ଲଭଲେଟର ବାବଦରେ ଏତେ ତଥ୍ୟ ଦେଉଛୁ |
Was cleaning up some old stuff yday when I rediscovered some old hand written letters that Mr Iyer had written to me some 18.5 years ago.
But who writes about lab experiments along with detailed diagrams in letters to their girl friend?
(Yeah I said yes to this guy 😍) pic.twitter.com/OSzWejrB4p— Saiswaroopa (@Sai_swaroopa) April 3, 2023
ବାସ୍ତବରେ ଜଣେ ମହିଳା ଏବେ ୧୮ ବର୍ଷ ତଳର ଏକ ଲଭଲେଟରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଯାହାକି ତାଙ୍କ ପ୍ରେମିକ ଦୀର୍ଘ ୧୮ ବର୍ଷ ତଳେ ତାଙ୍କୁ ଲେଖିଥିଲେ | ଏହି ଚିଠି ଏବେ ଭାଇରାଲ ହେବାରେ ଲାଗିଛି | ସାଇ ସ୍ୱରୂପା ନାମକ ମହିଳା ଏହି ଚିଠିକୁ ସେୟାର କରି ଲେଖିଛନ୍ତି ଯେ, 'ଗତକାଲି ଯେତେବେଳେ ମୁଁ ଘର ସଫା କରୁଥିଲି, ସେତେବେଳେ ୧୮ ବର୍ଷ ତଳର ଏକ ଚିଠି ପାଇଥିଲି | ଯାହାକି ମୋ ପାଇଁ ମୋ ପ୍ରେମିକ ଲେଖିଥିଲେ | ଏହି ଚିଠିରେ ଲେଖାଯାଇଥିବା ସମସ୍ତ ବାର୍ତ୍ତା ମୋ ପାଇଁ ମୋ ପ୍ରେମିକ(ଏବେ ମୋ ସ୍ୱାମୀ) ନିଜ ହାତରେ ଲେଖିଥିଲେ | କିନ୍ତୁ ପ୍ରେମିକାକୁ ଲେଖିଥିବା ଚିଠିରେ ନିଜ ଲ୍ୟାବ ପରୀକ୍ଷଣର ଡାଏଗ୍ରାମ କିଏ ଆଙ୍କିଥାଏ ? ଗର୍ଲଫ୍ରେଣ୍ଡକୁ ଏମିତିକା ଚିଠି କିଏ ଲେଖେ'?