ଶ୍ରୀନଗର: ଭାରତୀୟ ସେନା ପ୍ରଥମ ଥର ପାଇଁ ପାକିସ୍ତାନ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଓସି)ରେ ମହିଳାମାନଙ୍କୁ ନିୟୋଜିତ କରିବାର ନିଷ୍ପତ୍ତି ନେଇଛି। ଆସାମ ରାଇଫଲ୍ସର କିଛି ମହିଳା ଯବାନ ଭାରତ-ପାକିସ୍ତାନ ସୀମାରେ ଥିବା ନିୟନ୍ତ୍ରଣ ରେଖାରେ ନିୟୋଜିତ ହୋଇ ଏବେ ପୁରୁଷ ଯବାନମାନଙ୍କ ସହ ମିଶି ସୀମାକୁ ସୁରକ୍ଷା ପ୍ରଦାନ କରିବେ।
ଭାରତର ପୂରାତନ ସାମରିକ ବାହିନୀ ‘ଆସାମ ରାଇଫଲ୍ସ’ର ‘ରାଇଫଲ୍ ୱମ୍ୟାନ୍’ ୟୁନିଟିକୁ ଏବେ କଶ୍ମୀରରେ ସମୁଦ୍ର ପତ୍ତନର ୧୦ ହଜାର ଫୁଟ୍ ଉଚ୍ଚତାରେ ଥିବା ସାଧନା ପାସ୍ରେ ନିୟୋଜିତ କରାଯାଇଛି।
Women soldiers of #AssamRifles deployed for the first time in Kashmir make a positive impact on the local populace in a matter of days. Smiling faces of locals is a testimony of professionalism of the Riflewomen of Assam Rifles. @SpokespersonMoD @PIBHomeAffairs @ANI pic.twitter.com/fW6Lx71y7p
— The Assam Rifles (@official_dgar) August 4, 2020
ଆର୍ମି ସର୍ଭିସ କର୍ପସର ମହିଳା ଅଧିକାରୀ କ୍ୟାପ୍ଟେନ୍ ଗୁରସିମ୍ରନ୍ କୌର୍ଙ୍କ ନେତୃତ୍ବରେ ୩୦ ଜଣ ମହିଳାଙ୍କୁ ନିୟନ୍ତ୍ରଣ ରେଖା ଆଡକୁ ଯାଇଥିବା ରାସ୍ତାକୁ ଜଗିବା ଦାୟିତ୍ବ ଦିଆଯାଇଛି।
RAKSHA BANDHAN- BOND OF LOVE BETWEEN BROTHER SOLDIERS OF ARMY AND RIFLEWOMEN OF ASSAM RIFLES, FOREVER!
Rifle women of Assam Rifles celebrated the solemn ritual of Raksha Bandhan from dawn to invisible dusk in Kashmir valley with soldiers of Army. @SpokespersonMoD @ANI pic.twitter.com/40SD3aBW81— The Assam Rifles (@official_dgar) August 4, 2020
ସାଧନା ପାସ୍ ନିକଟରେ ନିଶା କାରବାର, ନକଲି ମୁଦ୍ରା ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଆଦିକୁ ଯାଞ୍ଚ କରିବାକୁ ମହିଳା ଯବାନମାନଙ୍କୁ ଦାୟିତ୍ବ ଦିଆଯିବା ସହ ସେହି ବାଟ ଦେଇ ମହିଳାମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ତଦାରଖ କରିବାକୁ ମଧ୍ୟ କୁହାଯାଇଛି।
ଏ ନେଇ ଆସାମ ରାଇଫଲ୍ସ ପକ୍ଷରୁ ଏକ ଟ୍ବିଟ୍ ହୋଇ ଲେଖାଯାଇଛି ଯେ ‘ପ୍ରଥମ ଥର ପାଇଁ କଶ୍ମୀରରେ ଆସାମ ରାଇଫଲ୍ର ମହିଳା କର୍ମୀ ନିୟୋଜିତ ହୋଇଛନ୍ତି। ଏହା ସ୍ଥାନୀୟ ଜନସାଧାରଣଙ୍କ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ ନିଶ୍ଚୟ।