ପଚାରିଲାନି ଝିଅ, ଶୌଚାଳୟରେ ୧୯ ବର୍ଷ ହେଲା କଟୁଛି ଜୀବନ

ମଦୁରାଇ: ଶୌଚାଳୟ କାନ୍ଥରେ ରୋଷେଇ ପାଇଁ ବ୍ୟବହୃତ ବାସନକୁସନ ଓ ଶୌଚାଳୟର ଚଟାଣ ପାଲଟିଛି ସବୁ କିଛି | ଏଭଳି ସ୍ଥିତିରେ ୧୯ ବର୍ଷ ହେଲା ଜୀବନ କାଟୁଛନ୍ତି ତାମିଲନାଡୁ ମଦୁରାଇର କାରୁପାୟୀ | ମିଳିଥିବା ସୂଚନା ମୁତାବକ କାରୁପାୟୀର ଗୋଟିଏ ବୋଲି ଝିଅ ଥିବାବେଳେ ୧୯ ବର୍ଷ ତଳେ ତାଙ୍କୁ ଘରୁ ବାହାର କରିଦେଇଥିଲା |

ସ୍ୱାମୀଙ୍କର ମୃତ୍ୟୁ ପରେ ଗୋଟିଏ ବୋଲି ଝିଅ ଶେଷ ଭରସା ଥିବାବେଳେ ଏହି ଝିଅ ବି ତାଙ୍କୁ ପଚାରିନଥିଲା ଯେଉଁଥିପାଇଁ କାରୁପାୟୀ ଏହି ସର୍ବସାଧାରଣ ଶୌଚାଳୟରେ ରହୁଛନ୍ତି ଦିନ ବେଳେ ଶୌଚାଳୟକୁ ସର୍ବସାଧାରଣ ବ୍ୟବହାର କରୁଥିବାବେଳେ ରାତିରେ କାରୁପାୟୀ ଏଠାରେ ଶୋଉଛନ୍ତି |

ତାଙ୍କର କହିବା ମୁତାବକ ବରିଷ୍ଠ ନାଗରିକଙ୍କ ପାଇଁ ଉପଲବ୍ଧ ପେନସନ ପାଇଁ ସେ ବାରମ୍ବାର ଅନୁରୋଧ କରୁଥିଲେ ବି କେହି ତାଙ୍କ କଥା ଶୁଣୁ ନାହାନ୍ତି | କେହି ବି ତାଙ୍କ ପ୍ରତି ଦୃଷ୍ଟି ଦେଉନଥିବାରୁ ଏବେ ଏହି ଶୌଚାଳୟ ସଫା କରି ଦିନକୁ ୮୦ ଟଙ୍କା ରୋଜଗାର କରୁଛନ୍ତି | ସେତିକି ଅର୍ଥରେ ସେ ଏହି ଶୌଚାଳୟରେ ଜୀବନ କାଟୁଛନ୍ତି |

ସମ୍ବନ୍ଧିତ ଖବର