ପଲକ୍କଡ଼: କେବେ ଆପଣ ଭାବିଛନ୍ତି କି ଜଣଙ୍କ ଶାରୀରିକ ଗଠନକୁ ନେଇ କେବେ କାହାକୁ ଚିଡାଉଥିଲେ, ତାଙ୍କ ଉପରେ କଣ ବିତେ ? ତାଙ୍କ ମନରେ କେଉଁ ସବୁ ଭାବନା ବସା ବାନ୍ଧେ ? ଯଦି କେବେ ଆପଣ ଅନୁଭବ କରିନାହାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଜଣେ ଏମିତି ନବବଧୂଙ୍କ କାହାଣୀ କହିବୁ, ଯିଏ କି ଟାହିଟାପରା ସହି ନ ପାରି ଆତ୍ମହତ୍ୟା କରିଛନ୍ତି | କେରଳର ପଲକ୍କଡରେ ଏଭଳି ଏକ ଘଟଣା ଘଟିଛି | ବିବାହର ୧୦ ମାସ ପରେ ଜଣେ ନବବଧୂ ନିଜ ଶାଶୁ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ ନବବଧୂଙ୍କ ମା ଏବଂ ଭାଇ କହିଛନ୍ତି ଯେ ତାଙ୍କ ଭଉଣୀକୁ, ସ୍ୱାମୀ ଏବଂ ଶାଶୁଘର ଲୋକମାନେ ମୋଟି କହି ଚିଡାଉଥିଲେ |ଲଗାତାର ୧୦ ମାସ ଧରି ଶାଶୂଘର ଲୋକ ମୋଟି ବୋହୂ କହି ଟାହିଟାପରା କରୁଥିଲେ | ଏହା ସହ ମୋଟି ହୋଇଥିବାରୁ ସେ ଗର୍ଭବତୀ ହୋଇପାରିବେ ନାହିଁ ବୋଲି ବାରମ୍ବାର କହୁଥିଲେ | ଏହାକୁ ନେଇ ସେ ସବୁବେଳେ ଚିନ୍ତାରେ ଥିଲେ |
ନିଜ ଶାଶୂଘରେ ତାଙ୍କ ଶରୀର ଗଠନକୁ ନେଇ କିଭଳି କଟୁ ମନ୍ତବ୍ୟ ଦିଆଯାଉଛି, ସେ ବାବଦରେ ବାରମ୍ବାର ତାଙ୍କ ଭାଇଙ୍କୁ କହୁଥିଲେ | ଯେଉଁଥିପାଇଁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ସେପଟେ ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ସେମାନେ ଏକ ମାମଲା ରୁଜୁ କରିଛନ୍ତି ଏବଂ ଆତ୍ମହତ୍ୟାର କାରଣ ଅନୁସନ୍ଧାନ କରୁଛନ୍ତି। ନଭେମ୍ବର ୨୫ ରାତିରେ ଏହି ଘଟଣା ଘଟିଥିଲା ​​|
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/459a2e43-c01f-4c59-9f47-dc0b6aa3b00a.jpg)