ହାଇଦ୍ରାବାଦ: ବେଳେବେଳେ ସାମାନ୍ୟ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ ଓ କଳହ ଏତେ ବଢିଯାଏ ଯେ କେହି ନା କେହି ଆତ୍ମହତ୍ୟା ମଧ୍ୟ କରିଦିଅନ୍ତି | ଏଭଳି ଏକ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି | ଅଭିଯୋଗ ମୁତାବକ ହାଇଦ୍ରାବାଦରେ ଜଣେ ୩୫ ବର୍ଷୀୟ ମହିଳା ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ଏହି ମହିଳା ଜଣଙ୍କ ବ୍ଲାଉଜକୁ ନେଇ ସ୍ୱାମୀଙ୍କ ସହ ଝଗଡା କରିଥିଲେ, ଯାହା ପରେ ସେ ଆତ୍ମହତ୍ୟା କରିଥିଲେ। ରିପୋର୍ଟ ଅନୁଯାୟୀ, ବିଜୟଲକ୍ଷ୍ମୀ ନାମକ ମହିଳା ଜଣକ ତାଙ୍କ ସ୍ୱାମୀ ଶ୍ରୀନିବାସଙ୍କ ସହ ଅମ୍ବରପେଟର ଗୋଲନାକା ଥିରୁମାଲା ନଗରରେ ରହୁଥିଲେ।
ଶ୍ରୀନିବାସ ଜଣେ ଶାଢ଼ୀ ଏବଂ ବ୍ଲାଉଜ୍ ବିକ୍ରେତା ହୋଇଥିବାବେଳେ ସେ ଘରେ ବ୍ଲାଉଜ ମଧ୍ୟ ସିଲେଇ କରୁଥିଲେ। ଶ୍ରୀନିବାସ ତାଙ୍କ ପତ୍ନୀଙ୍କ ପାଇଁ ଏକ ବ୍ଲାଉଜ ତିଆରି କରିଥିଲେ। କିନ୍ତୁ ବିଜୟଲକ୍ଷ୍ମୀ ଏହି ବ୍ଲାଉଜକୁ ନେଇ ଅସନ୍ତୁଷ୍ଟ ଥିଲେ। ଯାହା ପରେ ବିଜୟଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କୁ ପୁନର୍ବାର ବ୍ଲାଉଜ୍ ସିଲେଇ କରିବାକୁ କହିଥିଲେ। ଏହା ପରେ ଶ୍ରୀନିବାସ ତାଙ୍କ ପତ୍ନୀଙ୍କୁ ନିଜେ ସିଲେଇ କରିବାକୁ କହିଥିଲେ। କିନ୍ତୁ ବିଜୟଲକ୍ଷ୍ମୀଙ୍କୁ ଏହି କଥା ଭଲ ଲାଗିନଥିଲା ।
ଏହା ପରେ ଗତକାଲି ଘରେ କେହି ନଥିବାବେଳେ ବିଜୟଲକ୍ଷ୍ମୀ ଆତ୍ମହତ୍ୟାର ବାଟ ବାଛିନେଇଥିଲେ | ପୁଲିସ କହିଛି ଯେ ପ୍ରକୃତରେ ଘଟଣାଟି କଣ ତାହା ଜାଣିବା ପାଇଁ ଏହି ମାମଲାରେ ଅଧିକ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/I-Will-Not-Make-Your-Blouse_Thumbnail-1.jpg)