ଶୋଇବା ଅବସ୍ଥାରେ ମହିଳା ଗିଳି ଦେଲେ ନିର୍ବନ୍ଧ ମୁଦି! ଭାବୁଥିଲେ ସ୍ୱପ୍ନ, ସକାଳୁ ଜାଣିଲେ ସତ

ଓ୍ଵାଶିଂଟନ: ଆମେରିକୀୟ ମହିଳା ଜିନା ତାଙ୍କ ନିର୍ବନ୍ଧ ମୁଦିକୁ ଗିଳିଦେବା ପରେ ଏବେ ଅସ୍ତ୍ରୋପଚାର ଜରିଆରେ ତାଙ୍କ ପେଟରୁ ମୁଦିଟିକୁ କଢ଼ାଯାଇଛି। ମହିଳାଙ୍କ କହିବା ମୁତାବକ, ସେ ଯେତେବେଳେ ମୁଦିଟିକୁ ଗିଳୁଥିଲେ ଜାଣି ପାରୁଥିଲେ। ମାତ୍ର ସେ ସମୟରେ ସେ ଏହାକୁ ସ୍ୱପ୍ନ ବୋଲି ଭାବିଥିଲେ। ପରଦିନ ନିଦ ଭାଙ୍ଗିବା ପରେ ସେ ଯେତେବେଳେ ତାଙ୍କ ହାତରେ ମୁଦିଟିକୁ ଦେଖିବାକୁ ପାଇନଥିଲେ ଜାଣିପାରିଥିଲେ ଯେ ସେ ନିଦ ବାଉଳାରେ ମୁଦିଟିକୁ ସତସତିକା ଗିଳି ଦେଇଛନ୍ତି।

ସେ ତୁରନ୍ତ ହସ୍ପିଟାଲ୍‌ ଯାଇଥିଲେ। ଏକ୍ସରେ କରିବା ପରେ ତାଙ୍କ ପେଟରେ ମୁଦି ଥିବା କଥା ସ୍ପଷ୍ଟ ହୋଇଥିଲା। ଡାକ୍ତରମାନେ ଜିନାଙ୍କୁ ନିଶା ଦେଇ ପ୍ରଥମେ ଶୁଆଇ ଦେଇଥିଲେ। ପରେ ତାଙ୍କ ପେଟରୁ ସୁରକ୍ଷିତ ଭାବେ ମୁଦିଟିକୁ କାଢ଼ି ଆଣିଛନ୍ତି। ଜିନା ଏବେ ବିପଦମୁକ୍ତ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର