ଜୟପୁର: କୋଭିଡ -୧୯ ମହାମାରୀକୁ ରୋକିବା ପାଇଁ ସରକାର ମାଗଣା ଟିକାକରଣ ଅଭିଯାନ ଚଳାଉଥିଲେ ମଧ୍ୟ କିଛି ଲୋକ ଟିକା ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି | ଆଉ ଟିକା ନ ନେବାକୁ କେତେବେଳେ ଡାକ୍ତରୀ ଟିମକୁ ବିରୋଧ କରୁଛନ୍ତି ତ କେତେବେଳେ ପୁଣି ଗାଁକୁ ଡାକ୍ତରୀ ଟିମ ଆସିଲେ ଲୁଚିଯାଉଛନ୍ତି | ତେବେ ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେତେବେଳେ ଜଣେ ମହିଳା ଡାକ୍ତରୀ ଟିମକୁ ସାପ ଦେଖାଇ ଭୟଭୀତ କରିଛନ୍ତି | ରାଜସ୍ଥାନର ଆଜମେର ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି | ସୂଚନା ମୁତାବକ ଲୋକଙ୍କ କରୋନା ଟିକାକରଣ ପାଇଁ ଏଠାରେ ମେଡିକାଲ ବିଭାଗ ଦ୍ୱାରା ଏକ ଅଭିଯାନ କରାଯାଇଥିଲା ।
ଏହି କ୍ରମରେ ଡାକ୍ତରୀ ଟିମ ଘର ଘର ବୁଲି ଲୋକଙ୍କୁ ଟିକାକରଣ ବିଷୟରେ ଅବଗତ କରାଉଛନ୍ତି ଏବଂ ଟିକା ମଧ୍ୟ ଦେଉଛନ୍ତି । ତେବେ ଗତକାଲି ଯେତେବେଳେ ଡାକ୍ତରୀ ବିଭାଗର ଟିମ୍ ପିସଙ୍ଗାନ ସବଡିଭିଜନ୍ ଅଞ୍ଚଳର ନାଗେଲାଭ ଗ୍ରାମରେ ପହଞ୍ଚିଥିଲେ, ସେତେବେଳେ ଜଣେ ମହିଳା ସାପ ଦେଖାଇ ତାଙ୍କୁ ଭୟଭୀତ କରିବା ଆରମ୍ଭ କରିଥିଲେ। ମହିଳା ଟିକା ନେବାକୁ ମନା କରିଦେଇଥିଲେ।
ଚିକିତ୍ସା ବିଭାଗର ଅଧିକାରୀଙ୍କ କହିବାନୁସାରେ, ଟିକାକରଣର ୧୦୦% ଲକ୍ଷ୍ୟ ହାସଲ କରିବା ପାଇଁ ଘରକୁ ଘର ବୁଲି ଟିକାକରଣ ଅଭିଯାନ ଚାଲିଥିଲା | ଆଉ ନାଗେଲାଭ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡକ୍ଟର ଚାରୁଙ୍କ ନିର୍ଦ୍ଦେଶରେ ଡାକ୍ତରୀ ଦଳ ଗାଁରେ ପହଞ୍ଚିଥିଲେ। ବାରମ୍ବାର ବୁଝାଇବା ପରେ, ମହିଳା ଜଣକ ଟିକା ନେବାକୁ ରାଜି ହୋଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/cdeee.png)