ବଡୋଦରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପରିଯୋଜନାର ଶୁଭାରମ୍ଭ କରିବା ଲାଗି ଗୁଜୁରାଟଗସ୍ତରେ ଯାଇଥିଲେ। ମଙ୍ଗଳବାର ବଡୋଦରାରେ ନରେନ୍ଦ୍ର ମୋଦି ରୋଡ ସୋ’ କରୁଥିବା ସମୟରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ଗିରଫ ମହିଳାଙ୍କ ନାମ ଚନ୍ଦ୍ରିକା ସୋଲଙ୍କି। ଚନ୍ଦ୍ରିକା ଜଣେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ଆଶା) .ବୋଲି ଜଣାପଡ଼ିଛି।
ଗିରଫ ହୋଇଥିବା ମହିଳାଙ୍କ କହିବାନୁସାରେ, ମଙ୍ଗଳବାର ବଡୋଦରାରେ ପ୍ରଧାନମନ୍ତ୍ରୀ ମୋଦି ରୋଡ ସୋ’ରେ ଯାଉଥିବା ସମୟରେ ସେ ତାଙ୍କ ଉପରକୁ ଚୁଡ଼ି ଫିଙ୍ଗି ଥିଲେ । ସେଥିପାଇଁ ପୁଲିସ ତାଙ୍କୁ ଗିରଫ କରିଛି।
/sambad/media/post_attachments/wp-content/uploads/2017/10/pm_modi_woman_detained_7_.jpg)
ଜଣେ ସାମଜିକ କାର୍ଯ୍ୟକର୍ତ୍ତା ଜିନେଶ ମେବାର୍ଣ୍ଣି ଟୁଇଟ କରି ଏହି ମହିଳାଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁଜୁରାଟରେ ଚନ୍ଦ୍ରିକା ସୋଲଙ୍କି ୪୫ହଜାର ଆଶାକର୍ମୀଙ୍କୁ ନ୍ୟୁନତମ ବେତନ ନ ଦିଆଯିବା ପ୍ରତିବାଦ.ରେ ମୋଦିଙ୍କ ମୁହଁକୁ ଚୁଡି ଫିଙ୍ଗି ଥିଲେ। ଏହି ଘଟଣା ପରେ ତୁରନ୍ତ ସୁରକ୍ଷାକର୍ମୀମାନେ ଚନ୍ଦ୍ରିକାଙ୍କୁ ଗିରଫ କରିନେଇଥିଲେ। ଏହି ଘଟଣାର ଦୃଶ୍ୟ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
/sambad/media/post_attachments/wp-content/uploads/2017/10/cats-47-620x400.jpg)
ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ମହିଳା ହଙ୍ଗାମା କରୁଥିବାର ତ ଦେଖିବାକୁ ମିଳୁଛି। କିନ୍ତୁ ମହିଳା ଜଣକ ମୋଦିଙ୍କ ଉପରକୁ ଚୁଡ଼ି ଫିଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳୁନାହିଁ। ଏହି ଭିଡିଓ ଅପଲୋଡ କରୁଥିବା ଲୋକମାନେ ଲେଖୁଛନ୍ତି କି ମହିଳା ଜଣକ ମୋଦିଙ୍କ ଉପରକୁ ଚୁଡ଼ି ପିଙ୍ଗିଥିଲେ।
ଉଲ୍ଲେଖଯୋଗ୍ୟ, ଜୁନ୍ ୧୨ ତାରିଖରେ ଗୁଜୁରାଟର ଅମରେଲିରେ ଆୟୋଜିତ ଏକ ସଭାକୁ ସମ୍ଭୋଧିତ କରିବାକୁ ଯାଇଥିବା ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନିଙ୍କ ଉପରେ ବି ଚୁଡି ଫିଙ୍ଗିଥିବାର ଘଟଣା ସାମ୍ନାକୁ ଆସିଥିଲା।
गुजरात की यह क्रांतिकारी विरांगना चंद्रिका सोलंकी ने 45 हजार आशा वर्कर बहनों को न्यूनतम वेतन तक नही देने पर आज मोदी के मूंह पर चुडिया फेंकी। pic.twitter.com/A6dsLCJLhA
— Jignesh Mevani (@jigneshmevani80) October 22, 2017
ରୋଡ ସୋ’ରେ ମୋଦିଙ୍କ ଉପରକୁ ଚୁଡ଼ି ଫିଙ୍ଗି ମହିଳା ଗିରଫ ହୋଇଥିବାର ଭିଡିଓ ଦେଖନ୍ତୁ
video courtesy: ABP Asmita (youtube)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/pm_modi_woman_detained_6_.jpg)