କୋଲକାତା: ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ମହିଳା ଭୋଟରମାନେ ଚଳିତ ବିଧାନସଭା ନିର୍ବାଚନ ଫଳାଫଳରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। ଏହା ବିଜେପି ପାଇଁ ଖୁସିର ଖବର ବୋଲି ବି କୁହାଯାଉଛି।
ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି ଏବଂ ଉଭୟ ପର୍ଯ୍ୟାୟରେ ଅଧିକସଂଖ୍ୟକ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ଚଳିତ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଲୋଚନା ହେଉଛି।
କେବଳ ପଶ୍ଚିମବଙ୍ଗରେ ମହିଳା ଭୋଟରଙ୍କ ପ୍ରତିଶତ ୪୯ ପ୍ରତିଶତ ଅତିକ୍ରମ କରିନାହିଁ, ବରଂ ଭାରତର ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଶେଷ ଭୋଟର ତାଲିକାରେ ଲିଙ୍ଗ ଅନୁପାତ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୯୫୬ ରୁ ୯୬୧କୁ ବୃଦ୍ଧି ପାଇଛି। ଅନ୍ୟାନ୍ୟ ବଡ଼ ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣ ବହୁତ ଅଧିକ ରହିଛି।ଯେଉଁଥିରେ କେତେ ମହିଳା ଭୋଟର ଅଛନ୍ତି ତାହା ଦର୍ଶାଯାଇଛିତାମିଲନାଡୁ, କେରଳ ଏବଂ ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗ ଚତୁର୍ଥ ପ୍ରମୁଖ ରାଜ୍ୟ, ଯେଉଁଠାରେ ନିର୍ବାଚନ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣ ଅଧିକ ରହିଛି। କେରଳରେ ମହିଳା ଭୋଟରଙ୍କ ସଂଖ୍ୟା ୫୧.୪ ପ୍ରତିଶତ ଥିବାବେଳେ ତାମିଲନାଡୁର ୫୦.୫ ପ୍ରତିଶତ ଏବଂ ଆନ୍ଧ୍ରପ୍ରଦେଶରେ ୫୦.୪ ପ୍ରତିଶତ ରହିଛି। ପଶ୍ଚିମବଙ୍ଗରେ ଏହି ପ୍ରତିଶତ ୪୯.୦୧ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/966432-election-voting-dnaindia.jpg)