ନୂଆଦିଲ୍ଲୀ: ହିଜାବ ବିବାଦକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ବିଜେପି ଆଜି ଏହି ପ୍ରସଙ୍ଗରେ ସମାଜାବାଦୀ ପାର୍ଟି (ସପା) ଉପରେ ବର୍ଷିଛି। ହିଜାବ ପିନ୍ଧିଥିବା ଜଣେ ମହିଳାଙ୍କୁ ଜଣେ ସପା କର୍ମୀ ଅସଦାଚରଣ କରିବା ଭିଡିଓ ଭାଇରାଲ ହୋଇଛି।କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ବାରା ମଧ୍ୟ ଭିଡିଓ ଜାରି କରାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ହିଜାବ ପିନ୍ଧିଥିବା ଜଣେ ମହିଳାଙ୍କୁ ଅସଦାଚରଣ କରୁଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଲାଲ୍ ଟୋପି ପିନ୍ଧିଛନ୍ତି ଏବଂ ତାଙ୍କ ପଛରେ ଥିବା ସମର୍ଥକମାନେ ବି ଲାଲ୍ ଟୋପି ପିନ୍ଧିଛନ୍ତି।। ମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍ କରି ଦାବି କରିଛନ୍ତି ଯେ, ଉକ୍ତ ବ୍ୟକ୍ତି ଜଣଙ୍କ ଜଣେ ସମାଜବାଦୀ ପାର୍ଟି ନେତା। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଆଜି ଏହି ଭିଡିଓ ଟ୍ବିଟ୍ କରି ସପା ସଭାପତି ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି। କେଶବ ମୌର୍ଯ୍ୟ କହିଛନ୍ତି, ଅଖିଳେଶ ଯାଦବଙ୍କର ଏହା ହେଉଛି ନୂଆ ସପା। ଏହି ଦଳରେ କେବଳ ଗୁଣ୍ଡା , ମାଫିଆ, ଅପରାଧୀ, ଦଙ୍ଗାକାରୀ ଏବଂ ଦୁର୍ନୀତିଗ୍ରସ୍ତ ଲୋକ ଭର୍ତ୍ତି ହୋଇଛନ୍ତି। ସପା ଶାସନ ସମୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ୁଥିଲା ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp