ସବରିମାଲାରେ ମହିଳାଙ୍କ ପ୍ରବେଶ: ସାମ୍ବିଧାନିକ ଖଣ୍ଡପୀଠକୁ ମାମଲା ପଠାଇଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ୧୦ ରୁ ୫୦ ବର୍ଷ ମଧ୍ୟର ମହିଳାମାନଙ୍କର ମନ୍ଦିର ପ୍ରବେଶକୁ କେରଳର ସବରିମାଲା ମନ୍ଦିର ତରଫରୁ ନିଷେଧ କରାଯାଇ ପାରିବ କି, ନାହିଁ ସେ ନିଷ୍ପତ୍ତି ନେବା ନିମନ୍ତେ ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ଏକ ପାଞ୍ଚଜଣିଆ ବିଚାରପତି ସମ୍ବଳିତ ଖଣ୍ଡପୀଠଙ୍କୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଚଳିତ ପ୍ରଥାନୁସାରେ, ଋତୁମତୀ ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ଯିବା ନିମନ୍ତେ ଅନୁମତି ମିଳେ ନାହିଁ। ତେଣୁ, ୧୦ରୁ ୫୦ ବର୍ଷ ବୟସ୍କା ମହିଳାଙ୍କୁ ମନ୍ଦିର ପରିସର ମଧ୍ୟରେ ଉପାସନା କରିବା ବାରଣ କରାଯାଇଛି। କିନ୍ତୁ, ଋତୁସ୍ରାବ ବୟସୀମା ଅତିକ୍ରମ କରିଯାଇଥିବା ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶାନୁମତି ମିଳେ।
ମନ୍ଦିରର ପ୍ରଥାକୁ ବିଦ୍ୱେଷାତ୍ମକ ଦର୍ଶାଇ ୟଙ୍ଗ୍ ଲୟାର୍ସ୍ ଆସୋସିଏସନ୍ ଦାଏର କରାଯାଇଥିଲା। ସେଥିରେ କୁହାଯାଇଛି ଯେ ସମସ୍ତ ମହିଳା ଏବଂ ବାଳିକାଙ୍କୁ ସବରିମାଳା ମନ୍ଦିରକୁ ପ୍ରବେଶାଧିକାର ଦିଆଯାଉ।
ଜାନୁଆରି ୨୦୧୬ରେ ଏପରି ବାରଣ ଉପରେ ସୁପ୍ରିମ୍ କୋର୍ଟ ପ୍ରଶ୍ନ ଉଠାଇ କହିଥିଲେ କି, ସମ୍ବିଧାନ ଏପରି ବିଦ୍ୱେଷକୁ ଅନୁମତି ଦିଏ ନାହିଁ।
ଏହି ପ୍ରଥା ଉପରେ ପୂର୍ବରୁ ଦାଏର କରାଯାଇଥିବା ଅନ୍ୟ ଏକ ପିଟିସନ୍ର ଶୁଶାଣି କରି ୧୯୯୧ରେ କେରଳ ହାଇକୋର୍ଟ ମନ୍ଦିର ପ୍ରଥାକୁ କାଏମ ରଖିଥିଲେ।