ନୂଆଦିଲ୍ଲୀ : ଶ୍ରୁତି ମହାପାତ୍ରଙ୍କୁ ୨୦୨୧ ବର୍ଷ ପାଇଁ ମର୍ଯ୍ୟାଦାଜନକ ନାରୀଶକ୍ତି ପୁରସ୍କାର ପାଇଁ ଚୟନ କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଘୋଷଣା କରାଯାଇଥିବା ୨୯ ଜଣ ବିଜେତାଙ୍କ ମଧ୍ୟରେ ଓଡ଼ିଶାର ଜଣାଶୁଣା ସାମାଜିକ କର୍ମୀ ଶ୍ରୁତିଙ୍କ ନାମ ରହିଛି। ଭିନ୍ନକ୍ଷମଙ୍କ ଅଧିକାର ଓ ସୁରକ୍ଷା କ୍ଷେତ୍ରରେ ଅବଦାନ ଲାଗି ଶ୍ରୁତିଙ୍କୁ ଏହି ପୁରସ୍କାର ମିଳିବ।
ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଜେତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ରେ ଏହି ପୁରସ୍କାର ବିତରଣ କରାଯାଇନଥିବା ବେଳେ ଚଳିତ ବର୍ଷ ଏହା ପ୍ରଦାନ କରାଯିବ। ପୁରସ୍କାର ପାଇଁ ଚୟନ ହୋଇଥିବା ସମସ୍ତ ବିଜେତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବ ବିନିମୟ କରିଛନ୍ତି। ଆଲୋଚନା କାଳରେ ବିଜେତାଙ୍କ ଉଦ୍ୟମକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/PM1.jpg)