ହାମ୍ବନତୋଟା ବନ୍ଦରକୁ ସାମରିକ ବ୍ୟବହାର ପାଇଁ ଚୀନକୁ ଅନୁମତି ଦେବୁନାହିଁ : ଶ୍ରୀଲଙ୍କା

କଲମ୍ବୋ : ଦକ୍ଷିଣ ଶ୍ରୀଲଙ୍କାରେ ଥିବା ହାମ୍ବନତୋଟା ବନ୍ଦରକୁ ସାମରିକ ବ୍ୟବହାର ପାଇଁ ଚୀନକୁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀଲଙ୍କା ସରକାର ସ୍ପଷ୍ଟ କରିଦେଇଛନ୍ତି । ଏହି ବନ୍ଦରର ପରିଚାଳନା ପାଇଁ ଶ୍ରୀଲଙ୍କା ଚୀନକୁ ୯୯ ବର୍ଷିଆ ଲିଜ ସୁତ୍ରରେ ପ୍ରଦାନ କରିଛି । କିନ୍ତୁ ଚୀନ ଏହାକୁ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିବାର ଆଶଙ୍କା କରୁଛି ଭାରତ । ଏହାର ଜବାବରେ ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ରୁଆନ ଓ୍ଵିଜେବର୍ଦନେ କହିଛନ୍ତି । ଶ୍ରୀଲଙ୍କା ସରକାର ଚୀନଠାରୁ ଆଣିଥିବା ୧ ବିଲିୟନ ଡଲାର (୧୦୦ କୋଟି ଡଲାର) ପରିଶୋଧ କରିପାରୁନଥିବାରୁ ଚୀନ ହାତକୁ ଏହି ବନ୍ଦରକୁ ଟେକି ଦେଇଛନ୍ତି ।
ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଦୁଇଟି ଚାଇନା କମ୍ପାନି ହାମ୍ବନତୋଟା ଇଣ୍ଟରନାସନାଲ ପୋର୍ଟ ଗ୍ରୁପ ଓ ହାମ୍ବନତୋଟା ପୋର୍ଟ ସର୍ଭିସେସ୍‌ ଏହି ବନ୍ଦର ଓ ତାଚାରିପଟେ ଥିବା ଇନଭେଷ୍ଟମେଣ୍ଟ ଅଞ୍ଚଳକୁ ନିଜ ମାଲିକାନାକୁ ନେବ । ଏହି ଦୁଇଟି କମ୍ପାନି ଚାଇନା ମର୍ଚାଣ୍ଟ ପୋର୍ଟ ହୋଲଡିଂସ କମ୍ପାନି ଓ ଶ୍ରୀଲଙ୍କା ପୋର୍ଟ ହୋଲଡିଂସ ଦ୍ୱାରା ପରିଚାଳିତ ।

ସମ୍ବନ୍ଧିତ ଖବର