ସିଟ୍‌ ପାଇଁ କଂଗ୍ରେସ ପାଖରେ ହାତ ପତାଇବୁ ନାହିଁ, ଆବଶ୍ୟକ ହେଲେ ଏକାକୀ ଲଢ଼ିବୁ- ମାୟାବତୀ

ଲକ୍ଷ୍ନୌ: ପୁଣି ଥରେ ବହୁଜନ ସମାଜପାର୍ଟି ନେତ୍ରୀ ମାୟାବତୀ କଂଗ୍ରେସ ବିରୋଧରେ ବିଷ ଉଗାଳିଛନ୍ତି। ମଙ୍ଗଳାବାର ଦିନ ଆଗାମୀ ସାଧାରଣ ନିର୍ବାଚନ ସମୟରେ ଯଦି ମେଣ୍ଟ ହୁଏ ତେବେ ଉତ୍ତରପ୍ରଦେଶରେ ସିଟ୍‌ ବଣ୍ଟାକୁଣ୍ଟାକୁ ନେଇ ଅସନ୍ତୁଷ୍ଟ ମାୟାବତୀ କହିଛନ୍ତି ମେଣ୍ଟ ପାଇଁ ସେ କଂଗ୍ରେସ ଆଗରେ ସିଟ୍‌ ପାଇଁ ହାତ ପତେଇବେ ନାହିଁ। ମାୟାବତୀ କହିଥିଲେ ଯେ ଯଦି କଂଗ୍ରେସ ସହିତ ମେଣ୍ଟ ହୁଏ ,ତେବେ ସେ ଦଳ( ବହୁଜନ ସମାଜ ପାର୍ଟି) ପାଇଁ ସମ୍ମାନଜନକ ସିଟ୍‌ ପାଇଁ କହିଥିଲେ। ଯଦି ଦଳକୁ ଏହି ସମ୍ମାନଜନକ ସିଟ୍‌ ନ ମିଳେ ,ତେବେ ଦଳ ଏକୁଟିଆ ନିର୍ବାଚନ ଲଢ଼ିବ ବୋଲି ମାୟାବତୀ କହିଛନ୍ତି।ଏହି ଅବସରରେ ମାୟାବତୀ ଭାରତୀୟ ଜନତାପାର୍ଟିକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। କହିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ବହୁଜନ ସମାଜପାର୍ଟିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି।
ମାୟାବତୀ କହିଛନ୍ତି ଯେ କଂଗ୍ରେସ ଏକ ବୃଥା ଅହମିକାରେ ରହିଛି। କଂଗ୍ରେସ ଏକ ଭ୍ରାନ୍ତ ଧାରଣାରେ ରହିଛି ଯେ ଏକାକୀ କଂଗ୍ରେସ ଭାରତୀୟ ଜନତା ପାର୍ଟିକୁ ପରାଜିତ କରି ପାରିବ।କିନ୍ତୁ ବାସ୍ତବତା ହେଉଛିି ଦୁର୍ନିୀତି ଓ ଦଳୀୟ ତ୍ରୁଟି ପାଇଁ ଏ ପର୍ଯ୍ୟନ୍ତ ଲୋକେ କଂଗ୍ରେସ ଦଳକୁ କ୍ଷମା କରି ନାହାଁନ୍ତି।

ସମ୍ବନ୍ଧିତ ଖବର